STORYMIRROR

Gyanendriya Dash

Inspirational Children

4  

Gyanendriya Dash

Inspirational Children

ହେ ଶୀତ

ହେ ଶୀତ

1 min
270


ଅନୁରାଗ ନେଇ ଆସିଛି ଶୀତ 

ମନରେ ପୁଲକ ହୃଦୟେ ଗୀତ ।।


ଶୀତୁଆ ସକାଳ କଅଁଳ ଖରା 

ଶାନ୍ତ ଶୀତଳତା ଦିଅଇ ଧରା ।।


କବିର କବିତା ଲେଖନୀ ସୁଅ 

ସୁନ୍ଦର ସୃଷ୍ଟିରେ ଲାଗିଛି ମୋହ ।।


ସୁନା ଫଳାଇଛି ଚାଷୀର କ୍ଷେତ 

ଜଗତ ଜନଙ୍କ ଆହାର ସେତ ।।


କୁହୁଡ଼ି ବସନ କାକର ଛିଟା 

ମୋତି ବିନ୍ଦୁ ସତେ ଦିଶେ ମହୀଟା ।।


ଗୋଧୂଳି ଲଗନ କି ମନୋହର 

ଧରଣୀ ମାଆ ମୋ ଦିଶେ ସୁନ୍ଦର ।।


ଶୀତ ବସନର ସୁପରିପାଟୀ 

ସିଉଟର ଟୋପି କାନର ପଟି ।।


ଘୋଡ଼ାଇ କମ୍ବଳ ଶୀତୁଆ ରାତି 

ପଲଙ୍କେ ପଡିଲେ ନିଦ ରାଜୁତି ।।


ପନି ପରିବାର ଖାଇବା ମଜା 

ତରକାରୀ ଖଟା ସନ୍ତୁଳା ଭଜା ।।

ଅନୁରାଗେ ସତେ ଶୀତ ଆସିଛି 

ପୁଲକିତ ହୃଦେ ଗୀତ ଗାଉଛି ।।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational