STORYMIRROR

Swatishree Pandit

Drama Inspirational Others

4  

Swatishree Pandit

Drama Inspirational Others

ହେ ଶୀତ

ହେ ଶୀତ

1 min
307

ଶୀତ ଥିରି ଥିରି କରି ଓହ୍ଲାଏ

ଶରତ ଋତୁ ପରେ ପରେ

ଧରଣୀ ରାଣୀକୁ ଭିଜାଏ

କାକର ବିନ୍ଦୁରେ

କୁହୁଡ଼ି ରୂପକ ଓଢଣା ରେ ସଜାଏ

ନବ ବଧୂ ରୂପରେ

ବସ୍ତ୍ର ପ୍ରିୟ କରାଏ

ମା' ସ୍କୃ ତିଆରି ସ୍ଵଇଟରରେ

ମାର୍ଗଶୀର ର ଗେରୁଲିପା ଝୋଟିରେ

ମା 'ଭଉଣୀଙ୍କୁ ଥରାଇ ଦିଏ

ଅଳସେଇ ଅପରାହ୍ନର

ଆମନ୍ତ୍ରିତ ଅତିଥି ସାଜେ

ଶୀତର ପହିଲି ସ୍ପର୍ଶରେ

ମହୁଆ ହୁଏ ଶରୀର

ପୁଙ୍ଗୁଳା ଶରୀରକୁ ଆକର୍ଷଣ କରେ

ସର୍ବାଙ୍ଗ ଶରୀର ଆତୁର ହୋଇଉଠେ

ଅଗ୍ନି ର ଟିକି ଏ ସ୍ପର୍ଶ ପାଇଁ

ବୁଢ଼ୀଆଣିର ମାୟାଜାଲରେ

ବନ୍ଧା ହୁଏ ଶୀତ

ଅଳସୁଆ ସକାଳର

ପୀରତି ସାଜେ

ଧାନ ବିଲରେ ଚଷା ଭାଇ

ଶୀତକୁ ବେଖାତିର କରି ଗାଏ ଗୀତ

ପିକନିକ ପାଇଁ ଆକର୍ଷିତ କରେ

ରୋମାଣ୍ଟିକ ଆକର୍ଷଣର ଇସାରା ଦିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama