ହେ ଶୀତ
ହେ ଶୀତ
ଶୀତ ଥିରି ଥିରି କରି ଓହ୍ଲାଏ
ଶରତ ଋତୁ ପରେ ପରେ
ଧରଣୀ ରାଣୀକୁ ଭିଜାଏ
କାକର ବିନ୍ଦୁରେ
କୁହୁଡ଼ି ରୂପକ ଓଢଣା ରେ ସଜାଏ
ନବ ବଧୂ ରୂପରେ
ବସ୍ତ୍ର ପ୍ରିୟ କରାଏ
ମା' ସ୍କୃ ତିଆରି ସ୍ଵଇଟରରେ
ମାର୍ଗଶୀର ର ଗେରୁଲିପା ଝୋଟିରେ
ମା 'ଭଉଣୀଙ୍କୁ ଥରାଇ ଦିଏ
ଅଳସେଇ ଅପରାହ୍ନର
ଆମନ୍ତ୍ରିତ ଅତିଥି ସାଜେ
ଶୀତର ପହିଲି ସ୍ପର୍ଶରେ
ମହୁଆ ହୁଏ ଶରୀର
ପୁଙ୍ଗୁଳା ଶରୀରକୁ ଆକର୍ଷଣ କରେ
ସର୍ବାଙ୍ଗ ଶରୀର ଆତୁର ହୋଇଉଠେ
ଅଗ୍ନି ର ଟିକି ଏ ସ୍ପର୍ଶ ପାଇଁ
ବୁଢ଼ୀଆଣିର ମାୟାଜାଲରେ
ବନ୍ଧା ହୁଏ ଶୀତ
ଅଳସୁଆ ସକାଳର
ପୀରତି ସାଜେ
ଧାନ ବିଲରେ ଚଷା ଭାଇ
ଶୀତକୁ ବେଖାତିର କରି ଗାଏ ଗୀତ
ପିକନିକ ପାଇଁ ଆକର୍ଷିତ କରେ
ରୋମାଣ୍ଟିକ ଆକର୍ଷଣର ଇସାରା ଦିଏ ।
