STORYMIRROR

Debabrata Mishra

Classics Inspirational Others

3  

Debabrata Mishra

Classics Inspirational Others

ହେ ସାଧକ

ହେ ସାଧକ

1 min
200


ମଥାନଇଁ ପ୍ରଣୀପାତ କରୁଛି ହେ ସାହିତ୍ୟ ସାଧକ

ସଂକ୍ରାନ୍ତି ପୁରୁଷ ତୁମେ ଉତ୍କଳର ରଖିଛ ଟେକ, 


ଭାଷା କୁରୁକ୍ଷେତ୍ରେ ତୁମେ ସାଜିଥିଲ ଶ୍ରେଷ୍ଠ ସେନାପତି

ଫକୀର ନୁହଁ କଥା ସମ୍ରାଟ ସାଜି ଲେଖିଲ ରେବତୀ, 


ହେ ବ୍ୟାସକବି, ଜନ୍ମସ୍ଥାନ ଥିଲା ତୁମ ଜିଲ୍ଲା ବାଲେଶ୍ଵର

ମକର ସଂକ୍ରାନ୍ତି ଦିନ ୧୮୪୩ ମସିହା ଜାନୁଆରୀ ତେର, 


ନିଜ ଉଦ୍ୟମେ ଉତ୍କଳ ପ୍ରେସ୍ ନାମେ କଲ ଛାପାଖାନା

ସାହିତ୍ୟ ରଚି ଉଡ଼ାଇଲ ଦେଶେ ମାତୃଭାଷା ବାନା, 


ଛଅମାଣ ଆଠଗୁଣ୍ଠ ଉପନ୍ୟାସର ଲେଖା ଛାତିଥରା

ହେ ଭାଷାବୀର ତୁମ ସଂଗ୍ରାମ ଓଡ଼ିଆ ମନେଭରା, 


ସଂକ୍ରାନ୍ତି ରେ ଯାତ୍ରାରମ୍ଭ ତୁମ ସଂକ୍ରାନ୍ତି ରେ ଶେଷ

ପରିଚିତ ହେଲ ତୁମେ ଓଡ଼ିଶା ର ସଂକ୍ରାନ୍ତି ପୁରୁଷ, 


ଅବଦାନ ଏହି ରାଜ୍ୟ କଳିଙ୍ଗ ପାଇଁ ଅନେକ ତୁମର

ଆଜି ଏ ପବିତ୍ର ଦିନେ ଏହି ଛୋଟ ଶ୍ରଦ୍ଧାଞ୍ଜଳି ମୋର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics