STORYMIRROR

pranati Mahapatra

Inspirational Others

3  

pranati Mahapatra

Inspirational Others

ହେ ପରମ ବ୍ରହ୍ମ

ହେ ପରମ ବ୍ରହ୍ମ

1 min
311


ଅନୁପମ ତୁମ ସୃଷ୍ଟିରେ ପ୍ରଭୁ 

ଅପୂର୍ବ ତୁମରି ଲୀଳା,

ଯାହା ମୁଁ ଦେଖୁଛି ସବୁ ଯେ ତୁମର

କି ବର୍ଣ୍ଣିବି ଚକାଡୋଳା।

ତୁମେ ସ୍ରଷ୍ଟା ପୁଣି ତୁମେ ଅଟ ସୃଷ୍ଟି

ତୁମରି ଦାନ ଏ ଜୀବନ,

ଶିବ ଶକ୍ତି ରୂପେ ହୋଇ ମାତା ପିତା

ତୁମେ ମୋର ଗଣ୍ଠିଧନ।

ତୁମେ ସୃଷ୍ଟି ସ୍ଥିତି ପ୍ରଳୟ କରତା

ତୁମେ ତ ବିଶ୍ଵ ଜୀବନ,

ତୁମେ ସତ୍ତ୍ଵ ରଜ ତମ ପର ପାରେ

ତୁମେ ସର୍ବ ଶକ୍ତିମାନ।

ସୁକ୍ଷ୍ମାତି ସୂକ୍ଷ୍ମ ଅଣୁଟିଏରୁ ମୁଁ

ଧରିଲି ମିଣିଷ ଜନ୍ମ,

ଏ ମଣିଷ ଜୀବନ ହୋଇବ ସାର୍ଥକ

କରିଲେ ମହତ କର୍ମ।

ମାଟିରୁ ସରଗ ସରଗରୁ ମାଟି

 ପରିଚିତ ଯା'ର ନାଆଁ,

ମଧୁଠୁ ମଧୁର ତା ରଙ୍ଗ ଅଧର

 ମୋ ଜୀବନ ଦାତ୍ରୀ ମାଆ।

ଜୀବନଟା ତାଙ୍କ ଦାନ ସିନା

ମୁଁ ନିମିତ୍ତ ମାତ୍ର ଅଟେ,

ଯେତେଦିନ ଏହି ମହୀରେ ସେ ଥିବେ

ତାଙ୍କ ପାଦେ ମଥା ଲୋଟେ।

ବଂଶର ଦାୟାଦେ କୂଳମାନ ରଖି

କରିବି ସେବା ତାଙ୍କରି,

ଏ ଜୀବନ ମୋର ତାଙ୍କର ସେବାରେ

ବିତାଇବି ନିଶ୍ଚେ ସ୍ମରି।

ହୃଦେଥିବ ତୁମ ନାମ ମହାବାହୁ

କରି ମୁଁ ସତ କରମ,

ପିତାମାତା ଭଳି ଦେବତା ଦେବୀଙ୍କୁ

କରୁଥିବି ସଦା ନମଃ।

ଏହି ସଦବୁଦ୍ଧି ସଦା ଦିଅମୋତେ

ଆହେ ପରମ ବ୍ରହ୍ମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational