Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ହେ ନ୍ୟାୟାଧୀଶ

ହେ ନ୍ୟାୟାଧୀଶ

1 min
414



ନ୍ୟାୟର ତାରାଜୁ  ସମାନ ବିରାଜୁ

    ଆଇନର ପରିସରେ

ଆଇନ ଗୋଲାମ  ନୁହଇ କାହାର

    ପକ୍ଷୀପାତି ନୁହେଁ କାରେ ।


ଆଇନ ରକ୍ଷକ  ଆଇନ ପାଳକ

    ଆଇନର ହେବେ ବଶ

ନ୍ୟାୟପାଳିକାର  ସୁନାମ ରହିବ

    ଜନତାଙ୍କ ମୁଖେ ହସ ।


ଦିବ୍ୟ ଚେତନାର ଆୟୁଧ ଧରାଇ

    ମିଳିଛି ସେହି ଆସନ

ଅପବ୍ୟବହାରେ  କୋଟିପ୍ରାଣ କାନ୍ଦେ

    ହଜଇ କେତେ ଜୀବନ ।


ନାରୀ ନିର୍ଯ୍ୟାତନା  ଘୃଣ୍ୟ କାର୍ଯ୍ୟ ସିନା

    କରନ୍ତି ନର ରାକ୍ଷସ

ନାରୀ ବଳାକ୍ତାରେ  ରହିଛି ଆଗରେ

    ଆମରି ଭାରତ ଦେଶ ।


କୁନି ପିଲା ଠାରୁ ଗୃହ ଲକ୍ଷ୍ମୀ ଯାଏ

    କେତେ ଯେ ଉଦାହରଣ

ବଳାକ୍ତାର କରି  ତାର ମାଂସ ଝୁଣି

    ନେଇଗଲେ ତାଙ୍କ ପ୍ରାଣ ।


ଆଇନ ଆଶ୍ରୟ ନେଲେ ନିରାଶ୍ରୟ

   ନ୍ୟାୟ କି ମିଳିଲା ବାବୁ

କ୍ଷମତା ବଳରେ ଆଇନ ଆଖିରେ

    ପତି ବାନ୍ଧି କଲେ କାବୁ ।


ଆଇନର ଇଶ ଆହେ ନ୍ୟାୟାଧୀଶ

   ଏହା କଣ ତୁମ ନ୍ୟାୟ

ଦୋଷୀ ହସୁଥାଏ ରାଜଦାଣ୍ଡେ ଏଠି

    ନିର୍ଦୋଷକୁ ଦଣ୍ଡ ଦିଅ ।


କ୍ଷମତାର ଭୟେ ଅର୍ଥ ଲାଳସାରେ

    କରିଯାଅ କେତେ ପାପ

ଦୁନିଆଁ ଆଖିରେ ଘୃଣ୍ୟ ହୋଇଯାଅ

    କର ନାହିଁ ପଶ୍ଚାତାପ ।


ପ୍ରଭୁ ଦରବାର  ନୁହଇ ହୁଗୁଳା

    ଦଣ୍ଡ ଲେଖା ତୁମ ପାଇଁ

ଦୁଆର ଦେଇକି କାନ୍ଦୁଥିବ ବାବୁ

    ସାହା ହେବେ ନାହିଁ କେହି ।


ବେଳ ଥାଉଁ ବାବୁ  ବନ୍ଧକୁ ବାନ୍ଧ ହେ

    ନ୍ୟାୟର ଅଟଳ ପଥେ

ଚାଲିଯାଉ ଜୀବ  ନ୍ୟାୟ ଟିକେ ପାଇଁ

    କୋଟି ପ୍ରାଣ ବଞ୍ଚୁ ନଭେ ।


Rate this content
Log in

Similar oriya poem from Inspirational