STORYMIRROR

Santosh Pattnayak

Tragedy

2  

Santosh Pattnayak

Tragedy

ହେ'ନାରୀ ନାରାୟଣୀ ହୁଅ ତୁ ମହାନ

ହେ'ନାରୀ ନାରାୟଣୀ ହୁଅ ତୁ ମହାନ

1 min
14K


ସଂସ୍କାର ଓ ସଂସ୍କୃତିକୁ କରି ସନମାନ

ହେ'ନାରୀ ନାରାୟଣୀ ହୁଅ ତୁ ମହାନ....

    ◆◆◆◆◆◆◆◆

ନାରୀ ତୁହି ନାରାୟଣୀ ଶକ୍ତିର ପ୍ରତୀକ

 ଅନେକଙ୍କ ମଧ୍ୟେ ତୁହି ଅଟୁ ପରା ଏକ

ଜାୟା,ଭଗିନୀ,ମାତା ସବୁରି ରୂପେ ତୁହି

ପ୍ରତି ଜନ ଧନ୍ୟହୁଏ ତୋ' ସାନିଧ୍ୟ ପାଇ.....

ଲଜ୍ୟା ଅଟେ ତୋର ନିଜ ହୃଦ ଅଳଙ୍କାର

ସହିବା ଶକ୍ତି ଅପାର ନାହିଁ ଅହଙ୍କାର

ସମର୍ପଣ ଭାବେ ତୁହି ଅଜୟ ଅମର

ଆଦ୍ୟଗୁରୁ ଅଟୁ ତୁହି ଆମ ସମାଜର....

ସଂହାର କାରିଣୀ କେବେ ପ୍ରେମ ପୂଜାରିଣୀ

କୋକିଳ ଭାଷିଣୀ ପୁଣି ଅମୃତ ଦାୟିନୀ

ସଂସ୍କାର,ସଂସ୍କୃତି ପାଇଁ ଜନମ ତୋହରି

ତୋହରି ସତିତ୍ବେ ଇଶ୍ବର ଯାଇଥାନ୍ତି ହାରି...

ସଂସ୍କାର ଓ ସଂସ୍କୃତିକୁ କରି ସନମାନ

ହେ'ନାରୀ ନାରାୟଣୀ ହୁଅ ତୁ ମହାନ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy