STORYMIRROR

Hrushikesh Satpathy

Classics

3  

Hrushikesh Satpathy

Classics

ହେ ନାରୀ,ଧନ୍ୟ ତୁମେ

ହେ ନାରୀ,ଧନ୍ୟ ତୁମେ

1 min
264

ବଧୂ ତୁମେ,ମୋର ଶ୍ଳଥ ଜୀବନର

    ଅଙ୍ଗୀକାର ଅଙ୍ଗବସ୍ତ୍ର ,

ଜନନୀ ଯେ ମୋର ଜୀବନ ସର୍ବସ୍ୱ

   ପୁଣ୍ୟତୋୟା,ପୁଣ୍ୟଶାସ୍ତ୍ର


ବନ୍ଧୁ ହୋଇପାର,ସାଥୀ ହୋଇପାର

   ହୋଇପାର ଅର୍ଦ୍ଧାଙ୍ଗିନୀ ,

ମାଆର ମମତା  ସିଦ୍ଧି, ଶାଳୀନତା

   ମୋ' ଭାଗ୍ୟଲିପି ସଙ୍ଗିନୀ


ତୁମରି ଭାଗ୍ୟର  ଅର୍ଦ୍ଧାଙ୍ଗ ଈଶ୍ୱର

    ମୁଁ ବୈଦିକ ବରଦାନ ,

 କେମିତି ବର୍ଣ୍ଣିବି ଜନନୀ ଜଠକୁ

  ମୋ' ନୈବେଦ୍ୟ ଦିବ୍ୟସ୍ଥାନ


ପ୍ରୀତି ପ୍ରିୟତମା  ରୂପ ଅନୁପମା

    ଧର୍ମ ତୁଳସୀ ସ୍ତବକ,

ବୈଦିକ ଧରିତ୍ରୀ ଜନ୍ମ ଜଗଦ୍ଧାତ୍ରୀ

  ମାଆ ମୋ' ସ୍ୱୟଂ ଜାତକ


ତୁମରି ସୀମନ୍ତ ସୌଭାଗ୍ୟ ସ୍ୱୀକୃତ 

    ଅଙ୍କ କଷା ମୋ' ଆୟୁଷ ,

ମୋ' ମାଆ ପଣତ ସେଇ ଆୟୁଷର

    ପୀୟୂଷପୂର୍ଣ୍ଣ କଳସ


ମାଆ ଲୋ ସତେକି ସେଦିନ ଆସିବ

   ପୁଣି ଥରେ ତୋ' କୋଳରେ,

ଖେଳିବି ନାଚିବି    ହସିବି କାନ୍ଦିବି

   ତୋ' ପଣତ ଆଢୁଆଳେ


ସ୍ୱର୍ଗ ପାରିଜାତ  ତୋଳି ଆଣୁଥିଲୁ

   ମୋ' ସାମାନ୍ୟ ଇସାରାରେ,

କେଉଁଠୁ ପାଇବି  ସୁଦୀପ୍ତ ସୁରକ୍ଷା

  ଯାହା ଥିଲା ତୋ' କୋଳରେ


ମାତ୍ର ବାମ ଅଙ୍ଗ ମୋ' ପ୍ରିୟା ପ୍ରସଙ୍ଗ

    ତୁ ପରା ମୋର ସର୍ବାଙ୍ଗ,

ବ୍ରହ୍ମାଣ୍ଡ ଭୂଗୋଳ ତୋ'ରି କ୍ଷୁଦ୍ର କୋଳ

   ସ୍ୱଭାବେ ତା' ଦିବ୍ୟ ରଙ୍ଗ


ଜାୟା ହୁଅ ଅବା  ହୁଅ ଜନ୍ମଦାତ୍ରୀ

   ମୋ' ପାଇଁ ଚିର ନମସ୍ୟା,

ଜଣେ ମୋ' ପ୍ରତୀକ ଅନ୍ୟଟି ମହକ

   ଜଣେ ଅର୍ଣ୍ଣ, ଆନ ଆଶା


ଆଶାକୁ ନେଇ ମୋ' ଅଭିଳାଷ ଉଙ୍କେ

    ଅର୍ଣ୍ଣ ମୋ' ପ୍ରାଣ ସ୍ପନ୍ଦନ ,

ଧନ୍ୟ ନାରୀ,ତୁମେ  ଗର୍ବ ଗରୀୟସୀ

     ଅକୁଣ୍ଠିତ ବରଦାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics