ହେ ମୃତ୍ୟୁ ସାବଧାନ
ହେ ମୃତ୍ୟୁ ସାବଧାନ


କେବେ ତୁମେ ଆସିବ ଆସିବ ବୋଲି
ଗଣ୍ଡେଖାଇ ଢୋକେ ପିଇ
ମୁଁ ସଢେଇ ପାରିବିନି ମୋ ବଳକା ଆୟୁଷ
ସମାଜର ନିବୁଜ ଗମ୍ଭୀରା ଭିତରେ ।
ହସି ହସି ବଞ୍ଚିବାକୁ ଚାହେଁ ମୁଁ
ମୋର ଅବଶିଷ୍ଟ ଜୀବନ
ଫର୍ଚ୍ଛା ଆକାଶ ତଳେ ବହଳ ବାଦଲ ଘେରା
ମିଞ୍ଜି ମିଞ୍ଜି ତାରକା ମେଳରେ ।
ଛାତି ଚିରି ଦେଇ ମୁଁ ତେଣୁ
ମୁକୁଳା କରିଦେଇଛି ମୋ ହୃଦୟର
ରୁଦ୍ଧ ବାତାୟନ
ତୁମ ପ୍ରତି ରହିଥିବା ମୋ ଭୟର
ଅବାଧ ଆତଯାତ ପାଇଁ ।
ତୁମେ ବି ଚିହିଁକି ଉଠିବ
ଯେବେ ତୁମେ ନିଶ୍ଚିତ ହେଇଯିବ
ଚୂନା ହେଇ ସାରିଛି ତୁମ ଅସଞ୍ଜତ ଔଦ୍ଧତ୍ୟ
ଏକ ସରଳ ମନର ପ୍ରଚଣ୍ଡ ପ୍ରହାରରେ ।
ହେ ମୃତ୍ୟୁ ! ତେଣୁ ସାବଧାନ ।