STORYMIRROR

Dr.Soumya Ranjan Khatua

Inspirational

3  

Dr.Soumya Ranjan Khatua

Inspirational

ହେ ମହାବାହୁ

ହେ ମହାବାହୁ

1 min
252


ହେ କୋଟି ଅଖିଳ ବ୍ରହ୍ମାଣ୍ଡ ପତି,

ହେ ଜଗନ୍ନାଥ ଶ୍ରୀକ୍ଷେତ୍ର ପତି,

ତୁମ ଶ୍ରୀପୟରେ କରୁଛି ମିନତୀ,

ମୁଁ ଏକ ଦୁଃଖୀ ଜନ ଜଣାଏ ବିନତି ।। - - - ୧


ମୁ ଆଜି ବନ୍ଦୀ ଅନେକ କୁଟୀଳ ମନ୍ଦ ଚକ୍ରାନ୍ତରେ,

ମିଛ ପ୍ରହେଳିକା ଆଉ ପ୍ରଶଂସା ଅହଂରେ,

ମୋ ସରଳ ଜୀବନ ବନ୍ଧା ଏ କୂଟନୀତି ପଶାରେ,

ହେ ଶ୍ରୀ ହରି କେଶବ ଏ ପଶାରୁ ଦୂରେଇ ଦେଇ ରଖ ତୁମ ଶରଣରେ ।। - - - ୨


ଅନେକ ଧନ ଯଶ ମାଗିବାକୁ ଭାବିକି ସିଂହଦ୍ଵାରକୁ ଆସି ମାଗି ମୁଁ ପାରିଲି ନାହିଁ,

ମାଗିବା ଆଗରୁ ଇଛା ମୋର ସବୁ ବହି ଗଲା ଲୁହ ହୋଇ,

ସବୁଥର ଭଳି ତୁମ ମାୟାରେ ଛନ୍ଦି ହୋଇ ଗଲି ମୁହିଁ, 

ମୋ ଅଭାବ ସବୁ ଭୁଲିଗଲି

ତୁମ ଚକା ନୟନକୁ ଚାହିଁ II - - - ୩


ହେ ମଙ୍ଗଳମୟ ତୁମ ନାମରେ ହେଉ ସର୍ଵ ଜୟ,

କୀଟଠୁ ବ୍ରହ୍ମ।ଣ୍ଡ ଚାଲେ ତୁମ ନିର୍ଦ୍ଦେଶରେ କି ମାଗିବି କୁହ,

ଏତେ ଦୁଃଖ ଚିନ୍ତାରେ ରଖି ମୋତେ କେଉଁ ଯଶ ଅରଜିବ ବା କୁହ,

ତୁମ ବଡ଼ଦାଣ୍ଡୁ ଲେଉଟି ଯଦି ଜୀବନ ପୁଣି ଦୁର୍ବିସହ ହୋଇଯିବ ।। - - - 4


ହେ ଦୁଃଖୀ ଦୁଖଃହାରୀ ଦୟା କର ହେ ଦୀନବନ୍ଧୁ,

ଯୁଗେ ଯୁଗେ ତୁମ ବଡ଼ ପଣ ଥିଲା ଏ କଳିଯୁଗେ ବି ତାହା ରହୁ,

ଆଉ ଜୀବନ କୂଟନୀତି କଳୁଷ ପଙ୍କରେ ଘାଣ୍ଟି 

ନ ହେଉ,ହେ ମହାବାହୁ ! କରୁଣାକର କର ହେ 

ତୁମ ସୁଦର୍ଶନ ଚକ୍ରେ ଏ ମିଛ ପ୍ରହେଳିକା କୂଟନୀତି ସବୁ ଜଳି ଯାଉ .....।। - - - ୫



Rate this content
Log in

Similar oriya poem from Inspirational