STORYMIRROR

Tapaswini DashSarangi

Inspirational

3  

Tapaswini DashSarangi

Inspirational

ହେ ମାୟାଧର

ହେ ମାୟାଧର

1 min
188

ହେ ମାୟାଧର...

ମାୟାରେ କର ହରବର

ମାୟା ତୁମ ବୁଝେନାହିଁ

ମାୟା ମୋହ ଛାଡୁନାହିଁ

ବିଷୟାରେ ହେଲିଣି ଅସ୍ଥିର

ହେ ମାୟାଧର...

ମାୟାରେ କର ହରବର।

ଆୟୂଷ କମି ଗଲାଣି

କାଳ ପଛୁ ଡାକିଲାଣି

ପ୍ରମାଦରେ କରେ ମୁଁ ଚିତ୍କାର

ହେ ମାୟାଧର...

ମାୟାରେ କର ହରବର।

ଲୋଭ କାମ କ୍ରୋଧ ଯେତେ

ହନ୍ତସନ୍ତ କରେ ମୋତେ

ବିକଳରେ ହେଲିଣି ଅଧୀର

ହେ ମାୟାଧର...

ମାୟାରେ କର ହରବର।

ମାୟାର କୁହୁକ ଜାଲ

ତା'ର ମଧ୍ୟେ ଛନ୍ଦି ଦେଲ

କେମିତି ହୋଇବି ମୁଁ ବାହାର

ହେ ମାୟାଧର...

ମାୟାରେ ହେଲି ହରବର।

ପ୍ରାଣ ଖୋଜେ ମୋକ୍ଷ ପଥ

ପାପ କରେ ଅସ୍ତବ୍ୟସ୍ତ

ମାୟାବନୁ କର ହେ ଉଦ୍ଧାର

ହେ ମାୟାଧର...

ମାୟାରେ କର ହରବର।

ମାୟା ମୃଗତୃଷ୍ଣା ପଛେ

ସଂସାର ଓଲଟ ଗଛେ

ଛଟପଟ ହୁଏ ଚିତ୍ତ ମୋର

ହେ ମାୟାଧର...

ମାୟାରେ କର ହରବର।


  


Rate this content
Log in

Similar oriya poem from Inspirational