STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ହେ କୁମ୍ଭକାର

ହେ କୁମ୍ଭକାର

1 min
39

ହେ ବିଶ୍ୱ ବ୍ରହ୍ମାଣ୍ଡର କୁମ୍ଭକାର,

ତୁମ୍ଭ ଅନନ୍ତ ହାତର ଯାଦୁକରୀ ସ୍ପର୍ଶେ

ମୋ ଆତ୍ମ କୁମ୍ଭ ହେଉ ସୁଧାଧାର।


ତୁମ୍ଭେ ପରମ ସୁନ୍ଦର ଶିଳ୍ପକାର,

ଗଢିଦିଅ ମୋର ତନୁ ବଲ୍ଲରୀକୁ

ତୁମ୍ଭ ଉପଚାରେ ହେଉ ତତପର।


ହେ ଅଖିଳ ଭୁବନ କାରିଗର,

କେତେ ଜନ୍ମ ଆଉ ଘୁରାଉ ଥିବ ହେ

ଏବେ ତୁମ୍ଭ ସାନ୍ନିଧ୍ୟରେ ପୂର୍ଣ୍ଣ କର। 


ଗଢ଼ି ଭାଙ୍ଗ, ଭାଙ୍ଗି ଗଢ଼ ଚରାଚର,

କର୍ମର ଅନଳେ ପୋଡିଦିଅ ମୋତେ

ମୋତେ କରିଦିଅ ତୁମ କୃପାଧାର।


ତୁମ୍ଭ ସେବାରେ ଥିବି ମୁଁ ଆଜୀବନ,

ପ୍ରତୀକ୍ଷାରେ ଥିବି ନିର୍ଦ୍ଦେଶକୁ ତବ

କେବେ ତୁମ୍ଭ ଗର୍ଭେ ଦିନେ ହେବି ଲୀନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract