STORYMIRROR

Gouri Panda

Classics

3  

Gouri Panda

Classics

ହେ କୃଷ୍ଣ

ହେ କୃଷ୍ଣ

1 min
142


ହେ କୃଷ୍ଣ, ହେ କୃଷ୍ଣ, ହେ କୃଷ୍ଣ 

ଯଶୋଦା ନନ୍ଦନ ତୁମେ କୃଷ୍ଣ। 

ମୟୂରଚୁଳିଆ ତୁମେ କୃଷ୍ଣ। 

ରାଧାର ପ୍ରେମିକ ତୁମେ କୃଷ୍ଣ 

ମଧୁବନ ବିହାରୀ ହେ କୃଷ୍ଣ। 

ରାଧେ କୃଷ୍ଣ, ରାଧେ କୃଷ୍ଣ।

ରୁକ୍ମିଣୀ ରସିକ ତୁମେ କୃଷ୍ଣ 

ସତ୍ୟଭାମା ପ୍ରିୟ ତୁମେ କୃଷ୍ଣ 

ସୁଦାମାର ସଖା ତୁମେ କୃଷ୍ଣ 

ଅର୍ଜୁନ ସାରଥି ତୁମେ କୃଷ୍ଣ। 

ରାଧେ କୃଷ୍ଣ, ରାଧେ କୃଷ୍ଣ।

ଦ୍ରୌପଦୀ ର ଗର୍ବ ହେ କୃଷ୍ଣ 

ମୀରାର ଭକତି ତୁମେ କୃଷ୍ଣ 

ପିତ୍ତବସନ ପ୍ରିୟ ହେ କୃଷ୍ଣ 

ତୁଳସୀର ପ୍ରାଣ ତୁମେ କୃଷ୍ଣ। 

ରାଧେ କୃଷ୍ଣ, ରାଧେ କୃଷ୍ଣ।

ବିଦୁରର ପ୍ରଭୁ ତୁମେ କୃଷ୍ଣ 

ସନ୍ଧୀପନି ଶିଷ୍ୟ ତୁମେ କୃଷ୍ଣ। 

ନାରାୟଣୀ ସେନା ତୁମେ କୃଷ୍ଣ। 

ପାଣ୍ଡବ ରକ୍ଷକ ତୁମେ କୃଷ୍ଣ। 

ରାଧେ କୃଷ୍ଣ, ରାଧେ କୃଷ୍ଣ।

ସୁଦର୍ଶନ ଚକ୍ରଧାରୀ କୃଷ୍ଣ 

ଶାନ୍ତି ଦୂତ, ଶାନ୍ତିମୟ କୃଷ୍ଣ। 

ପାଳନ କରତା ତୁମେ କୃଷ୍ଣ। 

ସୃଷ୍ଟି ସଂହାରକ ତୁମେ କୃଷ୍ଣ। 

ରାଧେ କୃଷ୍ଣ, ରାଧେ କୃଷ୍ଣ।

ଧର୍ମ ରକ୍ଷକ ହେ ପ୍ରଭୁ କୃଷ୍ଣ 

ଦେବକୀ ନନ୍ଦନ ତୁମେ କୃଷ୍ଣ। 

କଂସ ନିଧନକାରୀ ହେ କୃଷ୍ଣ। 

ନୀଳମାଧବ ହେ ପ୍ରଭୁ କୃଷ୍ଣ। 

ରାଧେ କୃଷ୍ଣ, ରାଧେ କୃଷ୍ଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics