ହେ ଜଗନ୍ନାଥ
ହେ ଜଗନ୍ନାଥ
ଟେକି ଦେଲୁ ଦୁଇ ହାତ
ହେ ଜଗନ୍ନାଥ
ଟେକି ଦେଲୁ ଦୁଇ ହାତ
ମାରିଲେ ମାରିବ ତାରିଲେ ତାରିବ
କାହିଁ କର ଏତେ ହନ୍ତସନ୍ତ।
ହେ ଜଗନ୍ନାଥ,,,,,,,,
ସାରା ବିଶ୍ୱ ଆଜି ଆତଙ୍କିତ
ଦାନବ କରୁଛି ତାର ନାଟ
ମରଣ ଭୟରେ ଜଗତ ବାସୀ ଏ
ହେଉଛନ୍ତି ଆଜି ଛଟପଟ।
ହେ ଜଗନ୍ନାଥ,,,,,,,
ଦୟା କର ଆହେ ମହାବାହୁ
ଏ ଦୁଃଖ ଯାତନା ଦୂର ହେଉ
ତୁମ୍ଭ ଦୟା ହେଲେ ସଭିଏଁ ହସିବେ
ସୁଖ ଶାନ୍ତି ହେବ ପରାପତ।
ହେ ଜଗନ୍ନାଥ,,,,,
ହେ ଜଗନ୍ନାଥ,,,,,,,,
