STORYMIRROR

Narayan chandra Senapati

Inspirational

3  

Narayan chandra Senapati

Inspirational

ହେ ଜଗନ୍ନାଥ ଦେଖିଯାଅ ତୁମ ସଂସ୍କୃତ

ହେ ଜଗନ୍ନାଥ ଦେଖିଯାଅ ତୁମ ସଂସ୍କୃତ

2 mins
293

ହେ ଜଗନ୍ନାଥ

ଆଖି ଖୋଲି ଦେଖିଯାଅ ଥରେ

ତୁମ ସ୍ୱପ୍ନର ସଂସ୍କୃତିଟା କେମିତି ଗୁମୁରି ଗୁମୁରି କାନ୍ଦୁଛି

ଭଉଣୀର ମମତାର ରାକ୍ଷୀରେ ଆଉ ନାହିଁ ସ୍ନେହର ସୁଗନ୍ଧ

ଭାଇର ଭଉଣୀ ପ୍ରୀତି ହଜିଯାଇଛି ଛଳ କପଟର ଭୂମିକଂପରେ

ମାନବିକତା ହରାଇ ଆଜିର ମଣିଷ ତିରସ୍କାର କରୁଛି ବିଶ୍ବବିଜୟୀଙ୍କୁ

ଅହଂର ବୋମା ଧରି ଅସଭ୍ୟ ଭୁଲିଯାଇଛି ହିନ୍ଦୁସ୍ଥାନୀ ଅର୍ଥକୁ

ଭୁଲିଯାଇଛି ହୀନତ୍ୱକୁ ଘୃଣାକରିବାର ସଂଜ୍ଞା

ମା,ଭଉଣୀ ମାନେ ବ୍ୟଭିଚାର ସହି ନ ପାରି

ଭାବିଲେଣି ଲୁଚିଯିବେ ଭୁଗର୍ଭ ଖଣିରେ

ଦୂଷିତ ସମାଜରୁ ତ୍ରାହି ପାଇବା ପାଇଁ

ତୁମେ କ'ଣ କିକର୍ତ୍ତବ୍ୟବିମୁଢ ନା

ଅବାକ ନିର୍ବାକ ନିରବଦ୍ରଷ୍ଟା ହୋଇ

ଦେଖୁଛ ଜ୍ଵଳନ୍ତ କଡେଇରେ ଛଟପଟ ହେଉଥିବା

ଏ ବିଚରା ବିଚାରୀ ସ୍ଥଳଜୀବଙ୍କୁ।


 ତୁମ ସଂସ୍କୃତିରେ ଆମ୍ବ ବଉଳ ଦେଇ ଶିଖାଇଥିଲ ବସିବାକୁ ବଉଳ

ମକର ଚାଉଳ ଖୋଇ ବସାଉଥିଲ ମକର ତ

ତୁଳସୀ,ନିର୍ମାଲ୍ୟ ଦେଇ ଆଦରରେ ସୃଷ୍ଟି କରୁଥିଲ ଧରମ-କରମର ଜୀବନ୍ତ ସମ୍ପର୍କ

ପର-ଅପରିଚିତକୁ ପ୍ରକୃତ ପ୍ରେମ ଦେଇ

ଗଢାଇଥିଲ ରକ୍ତଠୁ ନିବିଡ଼ ଏ ସଂସ୍କାରିତ ସମ୍ପର୍କ

କୁଆଡେ ଗଲା ସେ ନିଦର୍ଶନ

କୁଆଡେ ଲୁଚାଇଦେଲ ପ୍ରୀତିର ଅସଲ ମହୁଫେଣା

ସୁଭଦ୍ରାକୁ ଅଯାଚିତ ସ୍ନେହ-ସୁରକ୍ଷା ଦେଇ ଲେଖିଥିଲ 

ଭାଇ ଭଉଣୀର ବନ୍ଧନର ଇତିହାସ

ବଲଭଦ୍ରଙ୍କୁ ସମ୍ମାନ ଦେଇ ଶିଖାଇଥିଲ

ବଡ଼ ଭାଇ ପରା ବାପା ସମାନ

ମାଉସୀ ପଣତରେ କାନି ପୋଛି ଶିଖାଇଥିଲ

ମାଉସୀ ଡାକରେ ମାଆର ବିକଳ୍ପ ବାସ୍ନା

ମଧୁର ସଂଵୋଧନରେ ଭାଷା ରାଣୀର ଅପୂର୍ବ ମନୋରମ ପରଶ

ହେଲେ କାହିଁକି.. କିପରି.. ଏସବୁ ଶୁନ୍ୟ ହୋଇଗଲା

କେବେ ଭାବିଛ? କେବେ ଦେଖିଛ?

ତୁମେ କାହିଁ ଭାବିବ ଯେ

ବଡ଼ ଠାକୁର ଡାକଟା ଏବେ ବି କଣ ତୁମ ପାଖ ଛାଡିଛି ?

ହୃଦୟ ଖୋଲି ପଢ଼ ପୁଣି ଥରେ ସେହି ବିଶ୍ୱଭ୍ରାତୃତ୍ୱର ଭୂଗୋଳ ପୃଷ୍ଠା

ଆଉ ନବୀନ ତୂଳୀରେ ଆଙ୍କିଦିଅ

ବସୁଧୈବ କୁଟୁମ୍ବକମର ମନୋବୈଜ୍ଞାନିକ ଚିତ୍ର

ଟିକେ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦିଅ

ଏ ଜର୍ଜ୍ଜରିତ ନିଷ୍ପେସିତ ଦଳିତ ମାନବ ଜାତିକୁ।


ସଂସ୍କୃତିର ପ୍ରଚ୍ଛଦପଟ ରେ ତୁମେ ପରା ଲେଖିଥିଲ

ପିତା-ମାତା-ଗୁରୁ-ଅତିଥି ହିଁ ସ୍ୱୟଂ ଭଗବାନ

ମହାନତାର ସିଂହାସନରେ ବସାଇଥିଲ

ସତ୍ୟ-ଶାନ୍ତି-ଦୟା-କ୍ଷମା ମହାତ୍ମା ମାନଙ୍କୁ

ଏକତା-ସଦ୍ଭାବ-ଉଚ୍ଚମନର ଦରଜା ଖୋଲି ଦେଖାଇଥିଲ

ତ୍ୟାଗୀ,ସଂସ୍କାରୀ,ଶୃଙ୍ଖଳିତ ଓଡ଼ିଆବୋହୁକୁ

ହେଲେ ଆଜି ତୁମ ସଂସ୍କୃତି.. ଭୂପୃଷ୍ଠରୁ ଷୋହଳ ଶହ କିଲୋମିଟର ଉଚ୍ଚରେ ରହି

ଅଣନିଃଶ୍ବାସୀ ପାଲଟିଛି

ଅସଭ୍ୟ-ଅସାମାଜିକ-ଅନାର୍ଯ୍ୟ ମାନେ ଆର୍ଯ୍ୟ-ଆଚର୍ଯ୍ୟର ସଂଜ୍ଞା ବଦଲେଇଦେଲେଣି

ହେ ଜଗନ୍ନାଥ

ଆସ ତୁମ ରତ୍ନ ସିଂହାସନରୁ ଓହ୍ଲାଇ

ଦେଖ ପ୍ରିୟଙ୍କା-ନିରଂଜନ ପରି ଅସହାୟ/ୟାଙ୍କ କୁଢ଼ କୁଢ଼ ଶବ

ଜାଳିଦିଅ ନ୍ୟାୟର ଦୀପାଳି

ଫୁଙ୍କିଦିଅ ଧର୍ମର ପଞ୍ଚଜନ୍ୟ ଶଙ୍ଖ

ଉଡାଅ ଶାନ୍ତିର ପବିତ୍ର ନେତ

ପୁଣିଥରେ ବନୀକରଣ କର ସଂସ୍କୃତିର କଳ୍ପବୃକ୍ଷ

ଏହାଦେଖି ହସୁ ମୋ ଓଡିଶା

ନାଚୁ ମୋ ଭାରତ

ଆଉ ଉଲ୍ଲସିତ ହେଉ ନିଃସ୍ୱଙ୍କ ସଂସ୍କାରର ବିଚିତ୍ର ବିବିଧ ବିସ୍ମୟ ବିଶ୍ୱ।



साहित्याला गुण द्या
लॉग इन

Similar oriya poem from Inspirational