Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NIBEDITA MOHAPATRA

Abstract

5.0  

NIBEDITA MOHAPATRA

Abstract

ହେ ଈଶ୍ବର.

ହେ ଈଶ୍ବର.

1 min
461


ହେ ଈଶ୍ବର

ଖୋଜିଲି ତୁମକୁ ମନ୍ଦିରେ ମନ୍ଦିରେ

ପୁଣି କେବେ ପାଷାଣ ମୂର୍ତ୍ତି ମଧ୍ୟରେ

କଲି ଧର୍ମ କର୍ମ ତୁମ ଉଦ୍ଦେଶ୍ୟରେ

ଗଲି ତୀର୍ଥାଟନ ଭକତି ଅନ୍ତରେ

ହେଲେ ନ ପାଇଲି ଦେଖା

ବିରାଜି ଥିଲ ମୋ ହୃଦୟ କନ୍ଦରେ

ଲୀଳାମୟ ତୁମେ ସଖା

ଖୋଜିଲି ତୁମକୁ ଗୀତା ଭାଗବତେ

କେବେ ରାମାୟଣ ଛନ୍ଦ ବଦ୍ଧ ପଦେ

ବେଦରେ ବର୍ଣ୍ଣିତ ଶାଶ୍ବତ ବଚନେ

ଚାଳିଶା ଆରତି ଭଜନ ଜଣାଣେ

ହେଲେ ନ ମିଳିଲା ଭେଟ

ଅସ୍ତିତ୍ବ ତୁମର ଆତ୍ମାରେ ବିଲୀନ

ଜଣାଇଲ ବିଶ୍ବ ଶ୍ରେଷ୍ଠ

ଖୋଜିଲି ତୁମକୁ ନାମ ସଂକୀର୍ତ୍ତନେ

ଯୋଗୀ ମୁନିଙ୍କର ମନ୍ତ୍ର ଉଚ୍ଚାରଣେ

ପୁରାତନ ମନ୍ଦିର କୀର୍ତ୍ତି ରାଜିରେ

ଯଜ୍ଞ ତପ ବ୍ରତ ମେଳା ଉତ୍ସବରେ

ନ ଦେଖିଲି ତୁମ ମୁଖ

ତୁମେଯେ ଅସୀମ ଅନନ୍ତ ସ୍ବରୂପ

ବ୍ୟକ୍ତ କଲ ବିଶ୍ବରୂପ

ଖୋଜିଲି ତୁମକୁ ନବଧା ଭକ୍ତିରେ

ପ୍ରାଣାୟାମ,ଧ୍ୟାନ,ଯୋଗ,ଚିନ୍ତନରେ

ତର୍ପଣ,ସ୍ବାଧ୍ୟାୟ,ପ୍ରାର୍ଥନା,ଜପରେ

ନୈତିକତା,ପବିତ୍ରତା,ସଂଯମରେ

ନ ମିଳିଲା ତୁମ ଭିତ୍ତି

ତୁମେ ବିରାଜିଛ କର୍ତ୍ତବ୍ଯ କର୍ମରେ

ବୁଝାଇଲ ବିଶ୍ବପତି


Rate this content
Log in

Similar oriya poem from Abstract