STORYMIRROR

Pranati Jena

Inspirational

3  

Pranati Jena

Inspirational

ହେ ଈଶ୍ୱର

ହେ ଈଶ୍ୱର

1 min
171


ସଂସାର ବିରାଟ ଏକ ସମରର ପ୍ରାଙ୍ଗଣ

  କୁରୁକ୍ଷେତ୍ର ତତ୍ତ୍ୱରହିଛି ହୃଦୟରେ ଜାଣ, 

ଅନ୍ତର ନିବାସୀ ପ୍ରଭୁ ଶ୍ରୀକୃଷ୍ଣ ଭଗବାନ 

  ଏ ଦେହେରଥର ସାରଥୀ ଅଟନ୍ତି ଆପଣ.... ରାଧେ 


ଅନ୍ତରରେ ଅବିଦ୍ୟା ପଣ ଧୃତରାଷ୍ଟ୍ର ଫୁଣ 

   ଇନ୍ଦ୍ରିୟ ମାନେ ଦେହରଥେ ଅଶ୍ୱର କାରଣ, 

ମନ, ଅଂହକାର, କାମନା, ଲୋଭ, କାମ ଗଣ 

   ଆତ୍ମ ପ୍ରବଞ୍ଚନା ଦେହେ ବଡ଼ ଶତ୍ରୁ ଏ ଜାଣ....ରାଧେ 


ପ୍ରକୁତ ଯୋଦ୍ଧା ଯେ ଜାଣେ ଏ ସବୁର ନିୟମ 

   ନିୟନ୍ତ୍ରଣ କର ଜୀବନେ ଏହି ପରିଣାମ, 

କହିବା ସହଜ ଏଠି ଏ ସବୁ ଧର୍ମ କର୍ମ 

   କରି କରାଇଲେ ତାହା ଯେ ମାନବୀୟ ଧର୍ମ.... ରାଧେ 


ପ୍ରକୃତ ସତ୍ୟ କରେ ଅସାଧାରଣ, ଉତ୍ତମ 

   ଦୟାମୟ ହୃଦୟରେ ଦିଅନ୍ତି ଭକ୍ତି ମର୍ମ, 

ବିନମ୍ରତା ହରିନିଏ ହୃଦୟେ ସବୁ ଭ୍ରମ 

    ବିଶ୍ୱାସରେ ବିଷ ଅମୃତ ତୁଲ୍ୟ ସାରମର୍ମ..... ରାଧେ 


କହିବାକୁ ପଡେ ନାହିଁ ଅନୁଭବରେ ସାର 

    କଳିକାଳ ଭାବ ଏଠି ଏ ନୁହଇ ପ୍ରଚାର, 

ସତ୍ୟ ଏହି ଜୀବନେ ମୋର ଭବ୍ୟଭାବ ତାର 

    ପରୀକ୍ଷା ସେ କରିନିଏ ତା କଷଟି ପଥର..... ରାଧେ 


ବିଶ୍ୱର କଲ୍ୟାଣ ଗୋବିନ୍ଦ ଶାନ୍ତି ସଂସାରରେ 

    ସତ୍ୟ, ଧର୍ମପଥେ ଥାଅରେ ନ ଲଙ୍ଘି କୂଳରେ, 

ଦି ଦିନ ଦେହ କହି ଲୋଭାଗ୍ରସ୍ତ ନ ହୋଇରେ 

    ବାହାର, ଭିତର ସବୁ ଜଣା ସେ ଗୋସେଇଁରେ..... ରାଧେ 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational