STORYMIRROR

ସନାତନ ଦାସ

Inspirational

4  

ସନାତନ ଦାସ

Inspirational

ହେ ଗୁରୁଦେବ

ହେ ଗୁରୁଦେବ

1 min
225

ଅଜ୍ଞାନ ଅନ୍ଧାରେ ଚାଲୁଥିଲି ମୁଁ 

ପଥହରା ଜୀବଟେ ହୋଇ,

ଶିକ୍ଷାର ଆଲୋକ ଦେଖାଇ ତୁମେ

ଦେଲ ପଥ ବଦଳାଇ..!!


କଣ୍ଟକିତ ପଥେ ବାଟୋଇ ଥିଲି ମୁଁ

ଯନ୍ତ୍ରଣାକୁ ସହି ସହି,

ହାତ ଧରି ମୋର ଫେରାଇ ଆଣିଲ

 କୁସୁମ ଦେଲ  ଫୁଟାଇ..!!


ପିତା ମାତା ମୋତେ ଶିଖାଇଲେ ଚାଲି

ହାତକୁ ଧରି ମୋର,

ଶିକ୍ଷକ ମୋତେ ଯତନେ ଶିଖାଇଲେ 

ରୀତିନୀତି ଦୁନିଆର..!!


 ତାଙ୍କରି ଆଶିଷେ ଆଜି ମୁଁ ହୋଇଛି

 ସମାଜରେ ଭଲ ମଣିଷ,

ଶିକ୍ଷକଙ୍କ ତ୍ୟାଗକୁ ଭୁଲିପାରିବିନି

ପ୍ରାଣ ହୋଇଲେ ବି ଶେଷ..।।


 ମାଟି ପିଣ୍ଡୁଳାକୁ ହାତରେ ଯତନେ

କରିଅଛ ମୂଲ୍ୟବାନ,

ସଂଜୀବନୀ ତୁମେ ଛିଞ୍ଚିଚ ପ୍ରାଣରେ

କେହି ନୁହେଁ ତୁମ ସମାନ..।।


ଆଜିର ଦିବସେ ଏତିକି ପ୍ରାର୍ଥନା

ବିଭୁଙ୍କ ଚରଣେ ମୋର,

ସୁସ୍ଥ ନିରାମୟେ ତବ ଜୀବନ ବିତୁ

ଯଶ ରହୁ ଚିର ଅମର..।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational