STORYMIRROR

Biswajit Sahoo

Inspirational

3  

Biswajit Sahoo

Inspirational

ହେ ଗୋପବନ୍ଧୁ

ହେ ଗୋପବନ୍ଧୁ

1 min
208


କୋଟି ଓଡିଆଙ୍କ ପ୍ରାଣର ସ୍ପନ୍ଦନ,

ଅତି ଆପଣାର ବନ୍ଧୁ,

ଦୟା,କ୍ଷମା ଆଦି ଗୁଣରେ ଭୂଷିତ,

କରୁଣାର ମହାସିନ୍ଧୁୁ।


ସଂସାର ମୋହକୁ ପରିତ୍ୟାଗ କରି,

ସେବାକୁ କରିଲ ବ୍ରତ,

ଛୁଆଁ ଅଛୁଆଁର ପ୍ରଭେଦ ରଖେନି,

ତୁମର ସେ ଦୁଇ ହାତ।


'ସ୍ବତନ୍ତ୍ର ଓଡିଶା' 'ସ୍ବତନ୍ତ୍ର ଭାରତ',

ସବୁଥିରେ ଅବଦାନ,

ତୁମ ପ୍ରତିଷ୍ଠିତ ଦୈନିକ 'ସମାଜ'

ଆଜିବି ଦଣ୍ଡାୟମାନ।


ସଂପୂର୍ଣ ଜୀବନ ସମର୍ପିତ ଥିଲା,

ଜଗତ କଲ୍ୟାଣ ପାଇଁ,

ସେଥିପାଇଁ ତୁମେ ମୃତ୍ୟୁ ପରେ ମଧ୍ୟ,

ରହିଛ ଅମର ହୋଇ।


ଜାତି ଇତିହାସେ ଲେଖିଅଛ ତୁମ,

ଗୌରବର ସବୁ ଗାଥା,

ଶ୍ରବଣ କରିଲେ ଗୋଟି ଗୋଟି କରି,

ଆପେ ନଇଁଯାଏ ମଥା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational