STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ହେ ଗାନ୍ଧୀ ଭାରତ କାନ୍ଦୁଛିଆଜି ତୁ

ହେ ଗାନ୍ଧୀ ଭାରତ କାନ୍ଦୁଛିଆଜି ତୁ

1 min
178

ବାପୁ ହେ ତୁମେ ଆମ

ପାଇଁ ଶକ୍ତିର ସ୍ୱରୁପ

ତୁମ ଅହିଂସା ନୀତିର

ବାର୍ତ୍ତା ଅମାପ

ତୁମରି ଆଦର୍ଶରେ

ଅନୁପ୍ରାଣିତ ଥିଲା ଏ

ଭାରତ ସୁଖରେ

ସଭିଏଁ ଦିନ ବିତାଇ

ହେଉଥିଲେ ଆଲ୍ଲାଦିତ

ତୁମେ ଚାଲି ଗଲା ପରେ

ସଭିଏଁ ହୋଇଲେ 

କର୍ତ୍ତବ୍ୟରେ ବିମୁଖ

ସୃଷ୍ଟି ହୋଇଛି ଧନୀ 

ଦରିଦ୍ରଙ୍କ ମଧ୍ୟରେ 

ମତପାର୍ଥକ୍ୟ

ଧନୀର ଗରୀବଙ୍କ

ଉପରେ ଅତ୍ୟାଚାର

ଆରମ୍ଭ ହୋଇସାରିଛି

ଜାତି ଆଣଭାବ

ତୁମରି ପରି ତ୍ୟାଗୀ

ଏ ଦେଶରେ ଅଭାବ

ତୁମକୁ ଝୁରୁଛି ଆଜି

ଏ ଜାତି କାନ୍ଦୁଛି

ତୁମର ପ୍ରତ୍ୟେକ

କାର୍ଯ୍ୟକୁ  ମନପକାଇ

ଜନ୍ମିବେ କି ଆଉ ତୁମରି

ପରି ଲୌହ ସ୍ୱରୁପ 

ହିଆ ଥିବା ବ୍ୟକ୍ତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational