Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ASHIS KUMAR SWAIN

Classics Others

4.8  

ASHIS KUMAR SWAIN

Classics Others

ହେ ଦେବୀ

ହେ ଦେବୀ

1 min
372



ଅନ୍ତଃସଲିଳ ମାଟିର ସବୁଜ ଗାଲିଚାରେ

ପ୍ରତ୍ୟାବର୍ତ୍ତିତ ମୌସୁମୀର ବାରିଧାରା ଶେଷ

ଶରତର ଶୋଭାବର୍ଦ୍ଧିତ ନିର୍ମଳ ଆକାଶୁ 

ସିକ୍ତ ଶିଶିର ବିନ୍ଦୁ ଝରେ ମୁକୁତା ସଦୃଶ ।।

   

 ଶ୍ଵେତ କାଶତଣ୍ଡୀ ଆନମନା ହୋଇ 

 ନୃତ୍ୟରତା ସମୀରର ସଙ୍ଗୀତରେ

 ସତେକି ନବ ସଂଜୀବନୀ ଭରିଛି,

 ଧରା ସବୁଜିମାର ପରିପୁଷ୍ଟତାରେ ।।


 ହାଲକା ହାଲକା ଶୀତର ମୃଦୁସ୍ପର୍ଶେ 

 ବାତାବରଣେ କୋମଳତା ସଞ୍ଚାରିତ

 ତ୍ରିଭୁବନ ମୋହିନୀଙ୍କ ବନ୍ଦନାରେ

 ଜନସମାଜ ମନପ୍ରାଣ ଉଲ୍ଲସିତ ।।


 ବିଶ୍ଵବିନୋଦିନୀଙ୍କ ଆଗମନେ ମୁଖରିତ

 ସୁରଭିତ, ସାତ୍ତ୍ୱିକ ମହକରେ ଚତୁର୍ଦ୍ଦିଗ 

 ରୋମପୁଲକେ ଖେଳେ ଶିହରଣ

 ହୃଦୟେ ଭରେ ଅପୂର୍ବ ସଂବେଗ ।।


 ସୃଜନୀର ସୃଷ୍ଟି ବିଛାଇ ଦେଇଛି

 କୌମୁଦ କଦମ୍ବର ନମନୀୟ ଚାଦର

 ମା ଯୋଗମାୟା ଆସିଲେଣି ପରା

 ରଖିବେ ଧରା ବକ୍ଷେ ପଦ୍ମପୟର ।।

 

ବିଛୁରିତ ଅରୁଣ ଆଭାରେ ଶୋଭିତ

ଶୈଳ ଶିରୋଭୂଷଣ ମା ସିଂହବାହିନୀ 

ଖଣ୍ଡା, ଖର୍ପର, ତ୍ରିଶୂଳ ଆୟୁଧେ

ଧରାଧାମେ ଅବତରିତ ମା ମହିଷାମର୍ଦ୍ଦିନୀ ।।


ଘଣ୍ଟଘଣ୍ଟା,ମାଦଳ,ତାଳମୂଳିର ଶବଦ୍ଦେ 

ପ୍ରତିଧ୍ୱନିତ,ତ୍ୱରଣ ସୁସଜ୍ଜିତ ଏ ଭୂଖଣ୍ଡ

ମୁରୁଜ ଚଉପଦେ ସଂଯୋଗ ସମିଧ ଅନଳ 

ମୃଣ୍ମୟୀ ଘଟେ ବିରାଜିତା ଭଗବତୀ ପିଣ୍ଡ ।।


ସଦ୍ୟ ସୁବାସିତ ଧାନଫୁଲ କେଣ୍ଡାର ଚାମର

କର୍ଣ୍ଣେ ଝଟକେ ହୋଇ ଦୋଳାୟମାନ କୁଣ୍ଡଳ

ଚରଣେ ସମର୍ପିତ ପୁଷ୍ପ ନୈବେଦ୍ୟର ସମ୍ଭାର

କୁଙ୍କୁମ ଚିତ୍ରିତ ତେଜମୟୀ ହଳଦୀ ମୁଖମଣ୍ଡଳ ।।

 

ଦଶହରାରେ ଦଶବିଧ ପାପ ହୁଏ ନାଶ

କେବଳ ଦର୍ଶନାର୍ଥେ ମା'ର ମୁଖବିନ୍ୟାସ 

ନବାକ୍ଷର ମନ୍ତ୍ରେ ପ୍ରକମ୍ପିତ ମେଦିନୀ

ସର୍ବ ଦୁଃଖ ହରେ ଦେବୀ ଦୁର୍ଗତିନାଶିନୀ ।।


Rate this content
Log in

Similar oriya poem from Classics