STORYMIRROR

Dambarudhar Bag

Abstract

2  

Dambarudhar Bag

Abstract

ହେ ଚଳନ୍ତି ଦିଅଁ

ହେ ଚଳନ୍ତି ଦିଅଁ

1 min
170

ପଚାରିଲେ ନି କେହି ଜଣେ ଆସି

ବୟସ ମୋ ଗଲା ସରି

ପୁଅ ଚାଲିଗଲା ମୋ ବୋହୁ ସାଥିରେ

ଝିଅ ଜ୍ବାଇଁ ହାତ ଧରି

ଆଶା କରିଥିଲି ମରଣ କାଳରେ

ଦେବେ ମୁହେଁ ପାଣି ଟୋପେ

ଝୁରି ଝୁରି ମୋର ନୟନରୁ ନୀର

ମୁହଁରେ ସର୍ବଦା ଥିପେ

କହେ ବୁଢୀ ଚାହିଁ ସୂର୍ଯ୍ୟ ଦେବତାଙ୍କୁ

ଦେଖ ହେ ଚଳନ୍ତି ଦିଅଁ

ପୁଅ ବୋହୁ ଝିଅ ଜ୍ବାଇଁ ଙ୍କୁ ମୋହର

ଭଲରେ ତୁ ରଖିଥାଅ

ବୟସର ଅପରାହ୍ନରେ କରୁଛି

ଏତିକି ଗୁହାରୀ ଆଜ

ଚାଲି ଚାଲି ଯିବି ମୋ ଗନ୍ତବ୍ୟ ମାର୍ଗେ

ହେଇ ସାରିଲାଣି ସଜ

ନାତି ମୋର ହେବ ଏ ଦେଶର ରଜା

ସୁଖେ ପାଳୁଥିବ ପ୍ରଜା

ମୁହିଁ ବୁଢୀ ତା'କୁ ସ୍ବର୍ଗୁ ଦେଖୁଥିବି

ଲାଗୁଥିବ ମୋତେ ମଜା

ନାତୁଣୀ ଟା ମୋର ସେବା କରୁଥିବ

ଏହି ଧରିତ୍ରୀ ମାତାର

ଜନମଟା ମୋର ହୋଇବ ସାର୍ଥକ

ଏତିକି ଗୁହାରି ମୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract