STORYMIRROR

Kabiratna Nutan Kumar Behera

Abstract Classics Inspirational

4  

Kabiratna Nutan Kumar Behera

Abstract Classics Inspirational

ହେ ବନ୍ଧୁ ! ଋଣୀ କରିଦେଲ ମୋତେ

ହେ ବନ୍ଧୁ ! ଋଣୀ କରିଦେଲ ମୋତେ

1 min
10

 

ଜୀବନର ଚଲା ପଥେ ପଥେ

ଭାଗ୍ୟକୁ ଆଦରି ଚାଲୁଥିଲି ଏକା ଏକା

ନ ଥିଲା ଆତ୍ମଭରସା କି ବିଶ୍ଵାସ

ଦୁଃସ୍ଥ ଅସହାୟ ହୋଇ

ଦେଖୁଥିଲି ଦୁଃସ୍ବପ୍ନ ରାତି ଉଜାଗରେ

ହୃଦୟଟା ମୋର ଭାଙ୍ଗି ପଡୁଥିଲା

ଭଙ୍ଗା ଆଇନାର କାଚ ପରି ଚୁନା ଚୁନା

ପତାଇଲେ ହାତ ସଭିଏଁ କରୁଥିଲେ ମନା 

ସମ୍ଭାବନା ସବୁ ହେଲା ବିଡ଼ମ୍ବନା

ଆତ୍ମୀୟସ୍ଵଜନ ମୋ' ଠୁ ଦୂରେଇ ଗଲେ

ଜଣେ ଜଣେ କରି ଯେ ଯା' ସ୍ଵାର୍ଥରେ

ଭାବର ଅଭାବ କଲେ ମୋ ସହିତେ

ମୋତେ ସାହାଯ୍ୟ କଲ ପାରୁ ପର୍ଯ୍ୟନ୍ତେ

ହେ ବନ୍ଧୁ ! ଋଣୀ କରିଦେଲ ମୋତେ 

ନିଜର ବୋଲି ଭାବି ପାରୁ ନଥିଲି କାହାକୁ

ବାପା ମାଆ ଚାଲିଗଲା ପରେ ଆର ପାରିକୁ

ଭବିଷ୍ୟତ ମୋର ହେଲା ଅନ୍ଧକାର

ସମୟ ସୁଅରେ ଭାସୁଥିଲି କୁଟା ଖିଅ ପରି

ଉପାୟ ନିରୁପାୟ ହେଉଥିଲା ଯେତେ

ଏ ଅସମୟର ଦୁର୍ଦ୍ଦିନରେ ଆସି

ଉଦ୍ଧାରି କରି ପଥ ଦେଖାଇ

ହାତକୁ ଦେଲ କାମ ଦେଲ ବୁଦ୍ଧି ବିଦ୍ୟା 

ବନ୍ଧୁ ଭାବେ ରଖିଲ ଶ୍ରଦ୍ଧାର ବନ୍ଧନେ

ସଖା ରୂପରେ ସହଯୋଗ କଲ ଆଶାତୀତ

ହସ ଫୁଟାଇଲ ଶୁଖିଲା ଅଧରରେ

ଆଶା ସ୍ଵପ୍ନ ମୋ ଆଖିରେ ଭରି ଦେଲ କେତେ

ହେ ବନ୍ଧୁ ! ଋଣୀ କରିଦେଲ ମୋତେ

ନ ହୋଇ ବି ନିଜ ରକ୍ତ ସଂପର୍କୀୟ

ନିଜରଠୁ ବି ହେଲେ ମୋର ଅଧିକ ନିଜର

ବିନିମୟରେ ଚାହିଁ ନାହଁ କିଛି

ତୁମ ତ୍ୟାଗ ତୁମ ସେବା ଅନନ୍ୟ

ଅନେକରେ ତୁମେ ଏକ କରେ ଅନୁଭବ

ତୁମ ବଦାନ୍ୟତା ତୁମ ଆପଣାପଣ

ମୋ ପରି ସର୍ବହରାକୁ ଦେଲା ସାହାରା

ଜିଇଁବାକୁ ପୁଣି ମନରେ ଜାଗିଲା ଉତ୍କଣ୍ଠା

ନତ ମସ୍ତକ ହୁଏ ମୁଁ ଦେଖି ତୁମ ନିଷ୍ଠା

ତୁମରି ପ୍ରେରଣା ମୋ ଲକ୍ଷ୍ୟ ଠିକଣା 

ମୋ ପାଇଁ ତୁମେ ଦେବଦୂତ

ଶିଖାଇଲ ଜୀବନର ମୂଲ୍ୟବୋଧ

ତୁମ ଦାନର ପ୍ରତିଦାନ କି ଦେବି ତୁମକୁ

ତୁମେ ବିରାଟ ଶିଳଖଣ୍ଡ ହେଲେ 

ମୁଁ ଯେ ସାମାନ୍ୟ ନ୍ୟୁନ ଏକ ବାଲି ରେଣୁ

କମ୍ ହେବ ତୁମର ଗୁଣଗାନ କଲେ ଯେତେ

ହେ ବନ୍ଧୁ ! ଋଣୀ କରିଦେଲ ମୋତେ....।।

 


Rate this content
Log in

Similar oriya poem from Abstract