STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ହେ ଭକ୍ତପ୍ରାଣ

ହେ ଭକ୍ତପ୍ରାଣ

1 min
160

ହେ ଭକ୍ତ ପ୍ରାଣ

ରକ୍ଷା କର ପ୍ରତି ପ୍ରାଣୀଙ୍କ ଜୀବନ ।।

ତୁମ ବିନା ମୁକ୍ତି ନାହିଁ

ତୁମ ବିନା ଗତି ନାହିଁ

ତୁମ ବିନା ଶକ୍ତି ନାହିଁ

ତୁମ ବିନା ଦ୍ଵିତିି ନାହିଁ

ଆତୁରେ ମୁଁ ଶ୍ରୀ ଛାମୁରେ କରେ ନିବେଦନ ।।

ହେ ଭକ୍ତ ପ୍ରାଣ

ଦିଅ ଚଉବାହା ଟେକି

ନିଅ ପାଶେ ତୁମ ଡାକି

ଦିଅ ତୁମ ଶୁଭାଶିଷ

ରକ୍ଷାକର ଜଗଦୀଶ

ବିପଦୁ ଉଦ୍ଧାର ଆହେ ଶରଣ ରକ୍ଷଣ ।।

ହେ ଭକ୍ତ ପ୍ରାଣ

ଦିନୁ ଦିନ ଅସମ୍ଭାଳ

ହେଲା ଏମିତି ଏ କାଳ

ଉଛୁର ହେଉଛି ବେଳ

ମନା ହେଲା ନୀଳଶୈଳ

ତୁମ ବିନୁ ଆନ ନାହିଁ ହେ କଳାବଦନ ।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational