STORYMIRROR

Sagar Kumar Parida

Abstract

2  

Sagar Kumar Parida

Abstract

ହେ ଭାରତବାସୀ

ହେ ଭାରତବାସୀ

1 min
313

ହେ ଭାରତବାସୀ

ସ୍ନେହ ପ୍ରେମ ଜ୍ଞାନ ହୃଦୟରେ ଭରି

କରିଯାଅ କାମ ହୋଇ ସାହସୀ

ହେ ଭାରତ ବାସୀ ......... (ଘୋଷ)


ହୁଅ ପଛେ ତୁମେ ପ୍ରବାସୀ 

ଭଲପାଅ ଦେଶକୁ ବେଶୀ ,

ଦେଶ ଆଗେଇଲେ ତୁମେ ଆଗେଇବ 

ଏଇ କଥା ମନେ ରଖିଥା କଷି ।

ହେ ଭାରତ ବାସୀ .............(୧)


ପଢ ସର୍ବେ ପାଠକୁ ବସି 

ମଙ୍ଗଳକୁ ଯାନକୁପେଷି,

ଚନ୍ଦ୍ରୟାନ ଯାନେ ଚନ୍ଦ୍ରେ ପହଁଞ୍ଚିଲେ

ଲୋକମାନେ ଆମ ହୋଇବେ ଖୁସି ।

ହେ ଭାରତବାସୀ ......... ...(୨)


ଆସ ଆମେ ସଭିଏଁ ମିଶି

କାମ କରିବା ହସିହସି,

ଧର୍ମ ନାମେ କେବେ କଳହ ହେବାନି

ସଫଳତା ପାଇଁ ହେବା ପ୍ରୟାସୀ ।

ହେ ଭାରତବାସୀ .............(୩)



Rate this content
Log in

Similar oriya poem from Abstract