STORYMIRROR

Lokanath Rath

Inspirational

3  

Lokanath Rath

Inspirational

ହେ ଅତିଥି

ହେ ଅତିଥି

1 min
354

ହେ ଅତିଥି ତୁମେ ଆସ ଏହି ଆସନରେ ବସ 

ଧନ୍ୟ ହେବ ଘର ପାଇ ତୁମ ପାଦର ପରଶ |


କରୁଚୁ ତୁମକୁ ଆମେ ଆମ ଅନ୍ତରରୁ ସଭିଏଁ ସ୍ୱାଗତ  

ହେ ଅତିଥି ତୁମକୁ ପାଇ ମନ ହେଉଛି ପ୍ରୀତ |


ହେ ଅତିଥି ଘେନ ଆମ ସବୁ ଆଦର ସତ୍କାର  

ସଭିଏଁ ତୁମ ସେବାରେ ଅଛୁ ଦେଖ ଆମ ପରିବାର |


ହେ ଅତିଥି ତୁମେ କୁହ ଯଦି କିଛି ଲୋଡ଼ା  

ଆଣି ଦେଇ ସବୁ ଦେବୁ ତୁମେ ଅତିଥି ପରା |


ଜାଣିଛୁ ଆମେ ତୁମେ ଏବେ କରୁଛ କିଛି ଲାଜ  

ହେ ଅତିଥି ତୁମ ପାଇଁ କରିଛୁ କେତେ ସଜବାଜ |


ତୁମକୁ ଆନନ୍ଦ ମିଳିଲେ ଆନନ୍ଦିତ ହେବ ଆମ ମନ  

ହେ ଅତିଥି କରନାହିଁ ଆଉ ତୁମେ କିଛି ଅଭିମାନ |


ନୂଆ ନୂଆ ଆମ ଏହି ଜାଗା ତୁମକୁ ଅଜଣା  

ହେ ଅତିଥି ଆମେ କେବେ କରିବୁନି ତୁମକୁ ବାଟବଣା |


ତୁମେ ତ ଆମର ଘରେ ପାଦ ଦେଇ ଧନ୍ୟ କରିଦେଲ  

ହେ ଅତିଥି କୁହ କେମିତି ତୁମକୁ ଲାଗିବ ଭଲ ?


ଆମ ସଂସ୍କାର ଆମ ପରମ୍ପରା ସବୁ ଆମକୁ କହୁଛି  

ହେ ଅତିଥି ତୁମ ସେବାର ଭାଗ୍ୟ ଆମକୁ ମିଳିଛି |


କରିବୁନି କିଛି କେବେ ହେଳା ଆମେ ତୁମରି ସେବାରେ  

ହେ ଅତିଥି ଘେନ ଆମ ସତ୍କାର ଟିକେ ଆନନ୍ଦରେ |


ତୁମ ପାଇଁ ଦେଖ ରଖିଛୁ ସବୁ କେତେ ସଜାଇ  

ହେ ଅତିଥି ଟିକେ ଦେଖି ନିଜକୁ ଦିଅ ହଜାଇ |


ଏବେ ଯେବେ ଆସିଛ ତୁମେ ଆମରି ଏହି ଘରେ  

ହେ ଅତିଥି ତୁମକୁ ସନ୍ତୁଷ୍ଟ କରିବାକୁ ଦିଅ ଥରେ |


ଏମିତି ତୁମେ ସଦାବେଳେ ଆମ ପାଶେ ଟିକେ ଆସୁଥାଅ 

ହେ ଅତିଥି ଏବେ ତୁମେ ଶାନ୍ତିରେ ବିଶ୍ରାମ ନିଅ |


ସମୟ ଦେଖି ଆମେ ତୁମକୁ ଦେବୁ ନିଶ୍ଚୟ ଜଗାଇ 

ହେ ଅତିଥି ତୁମକୁ ଏବେ ଚିନ୍ତା କରିବାର ନାହିଁ |



Rate this content
Log in

Similar oriya poem from Inspirational