STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ହେ ଆନନ୍ଦମୟ ଘନଶ୍ୟାମ ଜେନା

ହେ ଆନନ୍ଦମୟ ଘନଶ୍ୟାମ ଜେନା

1 min
10



ହେ ଆନନ୍ଦମୟ  ଆହେ ସର୍ବମୟ

    ଦୟାମୟ ଭଗଵାନ,

ତବ ଶ୍ରୀ ପୟରେ  ପ୍ରଣତି ଜଣାଏ 

  ଦିଅ ମୋତେ ଦିବ୍ୟଜ୍ଞାନ ହେ

    ପଦ୍ମ ପାଦେ ଶରଣ,

  ପ୍ରଭୁ ଏତିକି ମୋ ନିବେଦନ ହେ।୧।

ଦୂର କର ମୋର  ଅଜ୍ଞାନ ଅନ୍ଧାର

    ଢ଼ାଳି ତବ କୃପାବାରି,

ମାୟା ମୋହ ଲୋଭ କାମ କ୍ରୋଧ ଆଦି

   ସବୁ ଯାଉ ଅପସରି ହେ

      ସଡରିପୁ ନିବାରି

   ବରଷିଣ କରୁଣାର ବାରି ହେ।୨।                 ସକଳ ଐଶ୍ୱର୍ଯ୍ୟ      ଜ୍ଞାନ ଧନ ଯଶ

     ସୌନ୍ଦର୍ଯ୍ୟର ଅଧିକାରୀ

ସର୍ବ ଶକ୍ତିମନ୍ତ       ଆହେ ଦୟାବନ୍ତ

     ବିଶ୍ୱ ବ୍ରହ୍ମାଣ୍ତ ବିହାରୀ ହେ

       ବାରେ ସୁଦୟା କର

  ତୁମେ ଅଟ ଦୟାର ସାଗର ହେ।୩।

ହେ ସଚ୍ଚିଦାନନ୍ଦ      ଆହେ ଆଦିକନ୍ଦ

   &n

bsp;   ସର୍ଵ କାରଣ କାରଣ,

ତୁମେ ଚିଦାନନ୍ଦ       ଆହେ ପ୍ରେମାନନ୍ଦ

     ଅନାଦି ରାଦି ଆପଣ ହେ 

        ପ୍ରଭୁ ପରମାନନ୍ଦ

   ପଦୁ ଝରେ ସଦା ମକରନ୍ଦ ହେ।୪।

 ସର୍ଵ ଚରାଚର       ଜଳ ସ୍ଥଳ ଚର

       ଖେଚର ଅନ୍ତରେ ଭରି 

ଆହେ ବିଶ୍ୱଚର       ସର୍ଵ ଅନ୍ତର୍ଯ୍ୟାମୀ

     ହେ ବିଶ୍ଵ ମଙ୍ଗଳକାରୀ ହେ 

       ହରି କର କଲ୍ୟାଣ

    ଶତପଥ ଅନୁସରେ ମନ ହେ।୫।

ନାହଁ ଇଛା ତୋ'ର       ବୈକୁଣ୍ଠ ଭୁବନ

      ଯୋଗୀ ହୃଦୟରେ ସ୍ଥାନ 

 ଯେଉଁଠି ଭକତ       ହୋଇ ମଦମତ୍ତ

      କରେ ଉଦ୍ଦଣ୍ଡ କୀର୍ତ୍ତନ ହେ

       ଲୟ ରଖି ତୋ'ଠାରେ

    ବିଜେକର ହୃଦୟ କନ୍ଦରେ ହେ।୬।


Rate this content
Log in

Similar oriya poem from Inspirational