STORYMIRROR

Kulamani Sarangi

Abstract

2  

Kulamani Sarangi

Abstract

ହେ ଆକାଶ ତୁମେ........

ହେ ଆକାଶ ତୁମେ........

1 min
79

ହେ ଆକାଶ

କି ଅପୂର୍ବ ଥିଲ ସତେ

ଅପର୍ଯ୍ୟାପ୍ତ ରଙ୍ଗିନ୍ ଶାଢିରେ

ତୁମ ପାଶେ ପହଞ୍ଚିବା ପାଇଁ,

ଲାଗିଥିବା ଭିଡଙ୍କ ଭିତରେ,


ଅଣନିଃଶ୍ବାସୀ ଆଶାଟି 

ସତେ କେତେ କରୁଥିଲା ଯୁଦ୍ଧ

ମାଡି ଆସୁଥିବା

ସମବେଦନା ସହିତ

ଈର୍ଷାପୂର୍ଣ୍ଣ ଦୟାର ସହିତ


ଏକ ଅଜଣା ଗଳିରେ,

ନିରାଶା ସହ ଆଶାର

ହୋଇଗଲା ଭେଟ;

ଈର୍ଷା ସହିତ ଧୃତିର

ଇଚ୍ଛା ସହିତ ନାସ୍ତିର,  

ସେ ଥିଲା ଢୁମ୍ପା ସଙ୍ଗୀତ


ଅମାବାସ୍ୟା ପରେ ପରେ

ସେ ଦିନ ଦ୍ଵିତୀୟା ତିଥି,

ଆଶାର ଆଶା ବଢିଲା

ଚନ୍ଦ୍ରକଳା ସମ,

କିନ୍ତୁ ମେଘ ଆସୁଥିଲା ଘୋଟି

ଚତୁର୍ଦ୍ଦଶୀ ଦିନ,

ଆକାଶକୁ ଗ୍ରା ସ କଲା

ବାଦଲ ଦୁର୍ଦ୍ଦିନ


ସ୍ବପ୍ନ ଆଉ ନିରାଶାର

ନିବିଡ଼ ଅଶ୍ଳେଷ ଠାରୁ

ଜନ୍ମନେଲା ସେ ଯେଉଁ 

ମଉଳା ଫୁଲ

ଧରାଇଦେଇ ମୋ ହାତେ

ହେ ଆକାଶ

ବିଦାୟୀ ମୁଦ୍ରାରେ,

ତୁମେ ଦିନେ ଚାଲିଗଲ


ଯେଉଁ ସୁନେଲୀ ଆଶାକୁ

ଇପ୍ସିତ ଲକ୍ଷ୍ୟରେ ନେଇ

ପହୁଞ୍ଚାଇବାକୁ, 

ଅସମ୍ଭବ ମନେକଲ,


ଭାବିଲି ମୁଁ ତାକୁ,

ସୁନ୍ଦର ଚୁମ୍ବନ ସହ

ଦୋଛକିରେ ଛାଡ଼ିଦେବା ଭଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract