STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ହାଟ-୧

ହାଟ-୧

1 min
202



ହାଟ-୧

ଦୁନିଆ ହାଟରେ ହଜିବା ପୂର୍ବରୁ

  ଦେଖା ଦେବ ସଖା ମୋର

ହାଟର ସଉଦା ସରିଗଲେ ପ୍ରଭୁ

  ଧରି ନେବ ହାତ ମୋର।


ହାଟ-୨


ଆମେରେ ବେପାରୀ

  ଆମେରେ କିଣାଲି

କରୁ ଅଛେ କିଣା ବିକା

ସମୟ ସରିଲେ କିଣା ବିକା ସାରି

  ଫେରି ଯିବା ଏକା ଏକା।


ହାଟ-୩


ଏ ସଂସାର ଅଟେ ବଡ଼ ବିଚିତ୍ର

ହାଟର ବଣିକ ସଂସାର ଯାକ

 ସରିଗଲେ ବେଳ ଫେରିବେ ସକଳ

   ମନେ ରଖି ଥିବ ମିତ।


ହାଟ-୪


ବିଚିତ୍ର ସଂସାର ହାଟ

ଏପଟ ସେପଟ ହୋଇ ପଥିକ

ଖୋଜି ପାଉ ନାହିଁ ବାଟ ।


    ହାଟ-୫


ଦୁନିଆଁ ହାଟର ବେପାରୀ

     ଆମେରେ

ଆମେରେ ସବୁ ଗରାଖ

କ୍ରେତା ଓ ବିକ୍ରେତା

ବିକା କିଣା ସରି

  ଫେରିଯିବା ପରା

ଆସିଥିଲେ ଯେଉଁ ପଥ ।



Rate this content
Log in

Similar oriya poem from Inspirational