STORYMIRROR

Sukadev Mahanta

Tragedy Inspirational

3  

Sukadev Mahanta

Tragedy Inspirational

ହାତୀ ମୋର ସାଥୀ

ହାତୀ ମୋର ସାଥୀ

1 min
222


ନିଦାଘର ହୁତାଶନସମ ରୌଦ୍ରତାପେ

ସନ୍ତାପିତ ପ୍ରାଣୀକୁଳ  ସୂରୁଯ ଉତ୍ତାପେ ।


ବୃକ୍ଷହୀନ ଭୂଧର କାନନ କ୍ଷୀଣକାୟ

ଶୁଷ୍କପତ୍ରେ  ନିଆଁଲାଗି ଜାଗଇ  ଶଂଶୟ ।


ବନ୍ୟପ୍ରାଣୀ  ନିରାଶ୍ରୟ  ମନେ ଅଗ୍ନିଭୟ,

ହାତୀ ମୋର ସାଥୀ ଆଜି ଅଟେ ନିରାଶ୍ରୟ ।


କୁଆଡେ ଯିବ ବୋଲି ତାକୁ ନ ଦିଶଇ ବାଟ

ଖାଦ୍ୟପାଇଁ  ଶସ୍ୟ କ୍ଷେତ  ଦିଶେ ତାକୁ ପାଟ ।


ବଣ ପାହାଡକୁ ଛାଡି ରାଜରାସ୍ତା ଡେଇଁ

ଆସୁଅଛି ଗ୍ରାମ ନଗ୍ରେ ସେ ବିକଳ ହୋଇ ।


ଦିଅ ତାକୁ ଖାଦ୍ୟପେୟ ସାଧ୍ୟମତେ ଭାଇ

 ହାତୀ ମୋର ସାଥୀ ଅଟେ ଶତ୍ରୁ ସେ ନୁହଇ।


ପ୍ରାଣ ବିକଳରେ ଆସେ  ଗ୍ରାମକୁ ପଳାଇ  

ଦିଅନାହିଁ ମୋ ସାଥିକୁ ତୁମେ ଘଉଡାଇ ।



Rate this content
Log in

Similar oriya poem from Tragedy