STORYMIRROR

Jayashree Maharana

Abstract

2  

Jayashree Maharana

Abstract

ହାତ ଧରି ମୋର ସାଥେ ଚାଲୁଥିଲେ

ହାତ ଧରି ମୋର ସାଥେ ଚାଲୁଥିଲେ

1 min
166

ତୁମେ ଭରିଅଛ ଆଖିରେ ସପନ

ତୋଳିଅଛ ହୃଦେ ପ୍ରୀତିର ଚାନ୍ଦ

ହାତ ଧରି ମୋର ସାଥେ ଚାଲୁଥିଲେ

ଡେ଼ଇଁଯିବି ସବୁ ବାଧାବିପଦ


ତୁମେ ଶିଖାଇଛ ସମ୍ପର୍କର ପାଠ

ବିଶ୍ୱାସ ଭରସା ମଧୁର ଗୀତ

ହାତ ଧରି ମୋର ସାଥେ ଚାଲୁଥିଲେ

 ସୁଗମ ହୋଇବ ଜୀବନ ପଥ


ତୁମେ ସଜାଇଛ ମନକୁ ମୋହର

ପ୍ରୀତି ଅନୁରାଗ ମଧୁ ରସରେ

ହାତ ଧରି ମୋର ସାଥେ ଚାଲୁଥିଲେ

ତୋଳିଦେବି ଘର ପ୍ରେମ ରାଜ୍ୟରେ


ତୁମେ ଭିଜାଇଛ ତନୁ ଓ ମନକୁ

ପ୍ରୀତି ମଳୟର ସ୍ନିଗ୍ଧ ସ୍ପର୍ଶରେ

ହାତ ଧରି ମୋର ସାଥେ ଚାଲୁଥିଲେ

ଜୀବନ ଜୀଇଁବି ହସଖୁସିରେ


ତୁମେ ବୋଳିଅଛ ପ୍ରେମର ଅବିର

ରଙ୍ଗରେ ଆଚ୍ଛନ୍ନ ମନ ଓ ପ୍ରାଣ

ହାତ ଧରି ମୋର ସାଥେ ଚାଲୁଥିଲେ

ଗାଉଥିବି ସଦା ପ୍ରୀତିର ଗାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract