ହାସ୍ୟ ଦିବସର ଭାବନା
ହାସ୍ୟ ଦିବସର ଭାବନା
ହସ ଦିଏ ମନେ ଆହା କି ଆମୋଦ
ହସୁ ସ୍ରବଇ ପୀୟୂଷ
ଚେନାଏ ହସରେ ଦୂର ହୋଇ ପାରେ
ଅଶେଷ ଯାତନା କ୍ଳେଶ ॥
ସୁସ୍ଥ ସବଳ ଓ କାର୍ଯ୍ୟକ୍ଷମ କରେ
ହସ ଯେ ପ୍ରାଣୀ ସମାଜେ
ନବ ଉଦ୍ଦୀପନା ବିପୁଳ ଭାବନା
ଫୁଟେ ହସର ସାହାଯ୍ୟେ ॥
ହସ ହସ ମୁଖ ଦୂର କରେ ଦୁଃଖ
ବାନ୍ଧଇ ମୈତ୍ରୀ ବନ୍ଧନେ
ସ୍ନେହ ସହଯୋଗ ନବୀନ ଉଦଯୋଗ
ଜାଗୃତି ମାନବ ମନେ ॥
ଏଣୁ ହେ ସକଳେ ସଦା କୌତୂହଳେ
ହସି ହସାଇବା ପାଇଁ
କରିବା ଯତନ ଫୁର୍ତ୍ତି ତେଜେ ମନ
ନେବା ପାଇଁ ବିକସାଇ ॥
ଅପାର ଆନନ୍ଦ ଅଭିନବ ଛନ୍ଦ
ତୋଳି ଯହିଁ ରଚେ ଲୀଳା
ମାନବ ସୃଷ୍ଟିର ତା' ଚିର ଭାସ୍ୱର
ଅଟଇ ଯେ ହାସ୍ୟ ‐କଳା ॥
