STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ହାରିବା ପୂର୍ବରୁ କିଛି

ହାରିବା ପୂର୍ବରୁ କିଛି

1 min
317


ଫେରିଯିବାକୁ ଚାହେଁ ସରିଯିବାକୁ ଚାହେଁ

ତୁଚ୍ଛ ଓ ମୂଲ୍ଯହୀନ ଏ ଜୀବନ, ଏ ନିଶ୍ୱାସ

ଲକ୍ଷ୍ଯ କେବେ ମୋର ଅର୍ଥ ନଥିଲା

ଆଶା କେବେ ମୋର ସ୍ୱାର୍ଥ ନଥିଲା, 

ହାରିଯିବାକୁ ଚାହେଁ ଏ ଜୀବନର ଯୁଦ୍ଧ

ହାରିବା ପୂର୍ବରୁ କିଛି ଲେଖିଦେବାକୁ ଚାହେଁ, 


ଆଖି ଥାଇ ମୁଁ ଅନ୍ଧଟିଏ, ଅଙ୍ଗ ଥାଇ ପଙ୍ଗୁ

ଅଦରକାରୀ ସମାଜ ପାଇଁ, ପରିବାର ପାଇଁ

ଏ ମନର ଭାବନା ପ୍ରତି ମୁହୁର୍ତ୍ତରେ ପାଏ ଆଘାତ

ପୂର୍ବ ଜନ୍ମର ଫଳ ଇଏ, ଏ ଜୀବନ ସତେ ଅଭିଶପ୍ତ, 

ମୁକ୍ତି ପାଇବାକୁ ଚାହେଁ ମୁକୁଳିବାକୁ ଚାହେଁ ଏ ଧରାରୁ

ହାରିବା ପୂର୍ବରୁ କିଛି ଲେଖିଦେବାକୁ ଚାହେଁ, 


ଏ ଜୀବନ ଜଳିଲେ ବି ଦେଇପାରୁନି ଆଲୋକ

ହସରେ ହସାଇପାରେନି, ଲୁହରେ ନାହିଁ ଚମକ

ଅନେକ ଓଠର ହସ ଚାହିଁଥିଲି, ସୁଖ ଚାହିଁଥିଲି

ସୁଖୀ ହୋଇଥାନ୍ତି ଆପଣାର ହସରେ, ସୁଖରେ

ସାଜିଥାନ୍ତି ସଦସ୍ଯ ହସର ସମ୍ମିଳିତ ପରିବେଶରେ, 

ପ୍ରତ୍ୟାବର୍ତ୍ତନ କରିବାକୁ ଚାହେଁ ଫେରିବାକୁ ଚାହେଁ

ହାରିବା ପୂର୍ବରୁ କିଛି ଲେଖିଦେବାକୁ ଚାହେଁ, 


ଏ ଦୁନିଆ ଏ ଜଗତ ପାଇଁ ନୁହେଁ ପ୍ରଭୁ ମୁହିଁ,

ସଂସାରରେ ବଞ୍ଚିବାର ଭାଗ ଅବା ଅଧିକାର ନାହିଁ

ମୁଁ କେତେ ସତ କହେ ଅବା ମିଛ କିଛି କେବେ

ପଚାର ନିଜକୁ ଥରେ ମୋତେ ପଚାର କାହିଁ, 

କାହାକୁ ହରାଇ ମୋତେ କେବେ ଜିତିବାର ନାହିଁ

ମୋ' ଲୁହର ଓଜନ ବହୁତ, ତୁମେ ପୋଛି ପାରିବନାହିଁ, 

ସରିଗଲେ ମୁକ୍ତି, ସରିବାକୁ ଚାହେଁ ଫେରିବାକୁ ଚାହେଁ

ହାରିବା ପୂର୍ବରୁ କିଛି ଲେଖିଦେବାକୁ ଚାହେଁ। 


Rate this content
Log in

Similar oriya poem from Abstract