STORYMIRROR

Debadatta Jena

Romance Tragedy

3  

Debadatta Jena

Romance Tragedy

ହାର୍ ଜିତ୍

ହାର୍ ଜିତ୍

1 min
172


ହଁ... କୁହ...

ବହୁତ କିଛି କଥା 

କହିବା ବାକି ଅଛି ପରା,

ହେଲେ ସେ କଥାରେ ଓର ନାହିଁ, 

ନଦୀଟିଏ ଯିଏ ବହେ ଝର ଝର,

କୁଳୁ କୁଳୁ ନାଦ, ରିମଝିମ ଝରଣ, 

ଅବା ସେ ଝରର ମଧୁର ଗୁଞ୍ଜନ,

ଅବା ସେ ମଧୁର ମିଠା ଛୁଆଁ 

ମନ, ମୋହିତ ଶବଦ, 

ତମ ପାଶେ ସେ, 

ଏବେ ଅଛି 

କାହିଁ..? 


ଆଉ ଶୁଣ,,, 

ବହୁତ କିଛି ପାଇବା

ବୋଧହୁଏ ବାକି ଅଛି ସିନା,,, 

କାହିଁ ତ ସେ ପାଇବା ମିଳୁ ନାହିଁ, 

କିଛି ପାଇବାକୁ ହେଲେ ହାର୍ ତ ନିଶ୍ଚୟ, 

ହେଲେ ସେ ହାରିବା ତୁମେ ଚାହୁଁ ନାହଁ, 

ଭଙ୍ଗା ମନରେ କି ଜିତିବାର ନିଶା, 

ଅବା ହାରିବା ଭୟରେ ମୋ,  

ଭାଙ୍ଗିବା ଗଢିବା ପଣିଆ 

ସେ ଜିତିବାର ଜିଦ

ମୋଟେ ନାହିଁ..!


ଚାଲ...

ତୋର ମୋର 


ଭିତରେ ସେ ଗଢି ଉଠିଥିବା 

ଅଭାବବୋଧକୁ କରିନେବା ଆମେ 

ଭାବ, ନାଁ ତୁ ଥିବୁ, ନାଁ ମୁଁ ଥିବି, ଥିବ ଖାଲି 

ତୋ ଠୁଁ ଆରମ୍ଭ, ତୋ ଠାରୁ ଶେଷ, 

ମିଳନ ପର୍ବର ଅବଶ୍ୟମ୍ଭାବୀ, 

ଅନିୟନ୍ତ୍ରିତ ଆପଣାପଣର, 

କୁଢ କୁଢ ବିଚ୍ଛେଦଭରା 

ବିଷାଦବୋଧର ଯୋଗ..! 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance