STORYMIRROR

Nrusingha Narayan Tripathy

Inspirational Others Children

4  

Nrusingha Narayan Tripathy

Inspirational Others Children

ହାପି ହାଲୋଓ୍ୱିନୀ

ହାପି ହାଲୋଓ୍ୱିନୀ

1 min
312


ପାଶ୍ଚାତ୍ୟ ସଂସ୍କୃତି ମହାନର ପର୍ବ

ଅଟେ ହାପି ହାଲୋ୍ୱିନ

ମଜା ଓ ତାମସା ଲାଇଟ ର ପର୍ବ

ଆରମ୍ଭର ଥଣ୍ଡାଦିନ l


କୁନି କୁନି ପିଲା ପିନ୍ଧି ଭୁତ ଜମା

ହାତେ ପମ୍ପକିନ ଧରି

ଦ୍ୱାରେ ଦ୍ୱାରେ ଯାଇ ଚକୋଲେଟ ଖାଇ 

ବୁଲନ୍ତି ମଜା ଯେ କରି l


ସହର ବଜାର ଉତ୍ସବ ମଣ୍ଡିତ

ଲାଇଟ ପମ୍ପକିନ ର

ନର ନାରୀ ସବୁ ପିନ୍ଧନ୍ତି ପୋଷାକ

ପରିପାଟୀ କଂକାଳର l


ଅକ୍ଟୋବର ମାସ ଶେଷ ରବିବାର

ହାପି ହାଲୋଓ୍ଵିନ ଦିନ

ଫସଲ ଅମଳ କରିବାର ପର୍ବ

ଖୁସିରେ ପାଳନ୍ତି ଜନ l


କଖାରୁ କାଟିକି ମୁହଁର ଆକୃତି

ମଧ୍ୟରେ ମହମବତୀ

ଘରେ ଘରେ ରଖି ଜାଳନ୍ତି ଆଲୋକ

ଆନନ୍ଦେ ଉଲ୍ଲାସେ ମାତି l


ପଶୁ ପକ୍ଷୀ ହାଡ଼ ଜାଳିକି କରନ୍ତି

ଭୁତ ପ୍ରେତ ମନ ଖୁସି

ଖରାପ ନଜର ପିଲାଙ୍କ ଉପରୁ

କାଟନ୍ତି ଭଲ ମନାସୀ l


ବାପା ମାଆ ପିଲେ ଆନନ୍ଦିତ ମନେ

ରାକ୍ଷସ ପୋଷାକ ପିନ୍ଧି

ଚକୋଲେଟ କେକ ପ୍ରସ୍ତୁତ କରନ୍ତି

ହାପି ହାଲୋଓ୍ଵିନ ପାଳି l


ଭାରତ ବର୍ଷ ର ଦୀପାବଳି ଭଳି

ହାଲୋଓ୍ଵିନ ଦୀପ ପର୍ବ

ପୂର୍ବ ପୁରୁଷଙ୍କ ମୁକ୍ତିର ସକାଶେ

କରାଯାଏ ଏହି ପର୍ବ l


ପ୍ରଥା ରୀତି ସବୁ ପୁରୁଣା କାଳର

ଏବେବି ହୁଏ ପାଳନ

ବିଜ୍ଞାନର ବଳେ ଜାଣିଲେ ସତ୍ୟତା

ଦୃଢ଼ୀଭୂତ ହୁଏ ମନ l


ପୂର୍ବ ପୁରୁଷ ଙ୍କ କଥା ଜାଣିବାକୁ

ଉତ୍ସାହ ଆସେ ମନରେ

ସମୟ କ୍ରମରେ ବଦଳି ଗଲାଣି

ରୂପରେଖ ସମାଜରେ ll


Rate this content
Log in

Similar oriya poem from Inspirational