ଗୁରୁ ପୂର୍ଣ୍ଣମୀରେ ଛାଡି ଚୈତନ ଚିତା
ଝୁଣା ଦୀପ ଧୂପ ପାଇଁ ଖୋଜେ ନଡ଼ିଆ କତା
ମାଆ ଗୋ ମମତାମୟୀ ଆଦିମାତା
ଆକାଶ ପାତାଳ ଧରଣୀର ତୁମେ ସୀତା
ତୁମେ ଭାଗବତ ତୁମେ ଗୀତା
ତୁମେ ଆଦିମାତା ପ୍ରକୃତି ସତ୍ତା
ତୁମ ଚରଣ ରେଣୁ ଥାଉ ହୋଇ ଚିତା
ତୁମେ କୁନ୍ତି ତୁମେ ଗାନ୍ଧାରୀ ଜନକ ସୁତା
ତୁମେ ଦେବକୀ ତୁମେ ଯଶୋଦା ମାତା
ତୁମେ ଧେନୁ ତୁମେ ଜନନୀ ଗୋମାତା
ସହିଷ୍ଣୁତା ମାତା ତୁମେ ପବିତ୍ରା
ପ୍ରକୃତିରେ ମୁଠେ ମାଟିର ସଳିତା
ଜଳି ଜାଳ ନିଜ ଚିତା ସୁଚରିତା
ମାଆ ଗୋ ଭବାନୀ ଶିବାନୀ ଦୁହିତା
ସୃଷ୍ଟି ରକ୍ଷାକାରୀ ଦୁର୍ଗାମାତା
ହସ୍ତରେ ଧରି ସବୁ ଦେବା ଦେବୀଙ୍କ ଅସ୍ତ୍ର
ଶଙ୍ଖ ଚକ୍ର ଗଦା ପଦ୍ମ ଶୁଶୋଭିତା
ଜୟ କାଳୀ କାଦମ୍ବିନୀ ଅଯୋନି ଶମ୍ଭୁତା
ପଦେ ପ୍ରଣାମ ଆଦିମାତା ରଖ ସୁତ ସୁତା
ମାଆ ମାଟି ପ୍ରଥମ ଜନନୀ ରୂପେ ସଂସ୍ଥିତା
ଗର୍ଭରୁ ଚିରି ମାଆ ଶିକ୍ଷା ଦୀକ୍ଷା ସଂହିତା
ମାଆ ନାମେ ମନ୍ଦାକିନୀ ଶୁଶୋଭିନି ହିତା
ଚିର ଋଣୀ ମାଆ ପାଇଁ ଏ ଜଗତ ଏକତା
ବିବିଧତା ମଧ୍ୟରେ ମାଆ ଏକମାତ୍ର ଏକକିତା
ନାମ ମଧୁର ଦେହୀ ପଦ ପଲ୍ଲଵ ମୁଦାରମ
ମାଆର ପଦ ଯୁଗଳ ସ୍ୱୟଂ ଚିର ବିଶ୍ୱବନ୍ଦିତା
ଗୁରୁ ପୂର୍ଣ୍ଣମୀରେ ତୁମକୁ ସ୍ମରେ ଭାବି ଗାଥା
ତୁଳସୀ ପୂଜି ଲେଖୁଛି ଗୁରୁଙ୍କ ନାମେ କବିତା
ଗୁରୁ ଆଶୀର୍ବାଦ କଲେ ବଞ୍ଚିବେ ଲତା ବନିତା କବିତା
ଆଦିମାତା ଗୁରୁ ପୂର୍ଣ୍ଣମୀରେ ଏକମାତ୍ର ପନ୍ଥା
,,,,,,,,,,,,,,,,