STORYMIRROR

Ratinarayan Rout

Inspirational Children

4  

Ratinarayan Rout

Inspirational Children

ଗୁରୁଙ୍କୁ ନମଣିବ ନର

ଗୁରୁଙ୍କୁ ନମଣିବ ନର

1 min
194

ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ୱର

  ଗୁରୁ ହିଁ ଜଗତେ ସାର

ଗୁରୁଙ୍କୁ କେବେ ହେଁ ନମଣିବ ନର

  ସଂସାରୁ କରନ୍ତି ପାର ll


ଗୁରୁ ହର୍ତ୍ତାକର୍ତ୍ତା ଦଇବ ବିଧାତା

 ଅଜ୍ଞାନ ଅନ୍ଧାର ନାଶି

ଆଲୋକ ପଥରେ ନିଅନ୍ତି ଚଳାଇ

 ବିପଥେ ଯାଏ ଯେ ଭାସି ll


ଗୁରୁଙ୍କର ବାଣୀ ଅମୃତ ସମାନ

 ଯେ ଶିଷ୍ୟ କରଇ ପାନ

ତିନି ଭୁବନରେ ବଳିଆନ ହୋଇ

  ରଖିଥାଏ ଯଶମାନ ll


ଆଧ୍ୟାତ୍ମିକ ଚିନ୍ତା ନୈତିକତା ଶିକ୍ଷା

 ଶସ୍ତ୍ରଶାସ୍ତ୍ର ଶିକ୍ଷା ଦେଇ

ଚରିତ୍ର ଗଠନେ ଦେଇ ଆତ୍ମଜ୍ଞାନ

 ଶିଷ୍ୟଙ୍କୁ ଗଢ଼ନ୍ତି ସେଇ ll


ତ୍ରିତାପ ବନ୍ଧନୁ ଉଦ୍ଧାର କରନ୍ତି

 ଗୁରୁ ହିଁ କେବଳ ଏକା

ଭବ ବନ୍ଧନରୁ ମୁକତି ଦିଅନ୍ତି 

 ହରିଥାନ୍ତି ସବୁ ଦକା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational