STORYMIRROR

Kalandi pal

Inspirational

3  

Kalandi pal

Inspirational

ଗୁରୁଙ୍କ ପ୍ରକାର ଭେଦ

ଗୁରୁଙ୍କ ପ୍ରକାର ଭେଦ

1 min
163


ଅନ୍ଧାରୁ ଆଲୋକ ପଥ ଯେ ଦେଖାଏ

   ଜୀବନର ଶ୍ରେଷ୍ଠ ଗୁରୁ

ଗୁରୁତ ନୁହନ୍ତି ସାଧାରଣ ଏଠି

    ଗରୁ ସେହୁ ମେରୁ ଠାରୁ ll


ଗୁରୁ ସମ ବ୍ରହ୍ମା ଗୁରୁ ସମ ବିଷ୍ଣୁ

    ଗୁରୁ ସମ ମହେଶ୍ୱର

ଗୁରୁ ପାଦତଳେ ନିତି ସେବା କଲେ

    ସାର୍ଥକ ହୁଏ ସଂସାର ll


ସ୍କନ୍ଦ ପୁରାଣରେ ବର୍ଣିତ ହୋଇଛି

   ଗୁରୁ ତ ସାତ ପ୍ରକାର

ପ୍ରଥମ ଗୁରୁଟି ସୂଚକର ନାମେ

   ଶିକ୍ଷା ଗୁରୁ ଜୀବନର ll


ଦ୍ୱିତୀୟ ଗୁରୁଙ୍କ ନାମଟି ବଚକ

   ସତ ମାର୍ଗେ ଯେ ନିଅନ୍ତି

ତୃତୀୟେ ବୌଦ୍ଧିକ ଗୁରୁ ହୋଇ ଯିଏ

   ଧର୍ମ ପଥେ ନେଇଥାନ୍ତି ll


ଚତୁର୍ଥ ଗୁରୁଟି ନିଷିଦ୍ଧ ଗୁରୁ ଯେ

   ଅଟେ ଯେହୁ ବିଷମୟ

ପର କୁତ୍ସା ଆଉ ପର କ୍ଷତି ଶିକ୍ଷା

   ମୁଖେ ସଦା ଯାର କାୟ ll


ପଞ୍ଚମେ ବିହିତ ଈଶ୍ୱରଙ୍କ ପଥ

   ପ୍ରଦର୍ଶକ ହୋଇଥାଏ

ଷଷ୍ଟ ଗୁରୁ ନାମ କର୍ଣ୍ଣାକ୍ଷର ଗୁରୁ

   କର୍ଣ୍ଣ ମନ୍ତ୍ର ଯିଏ ଦିଏ ll


ସପ୍ତମରେ ଶ୍ରେଷ୍ଠ ପରମ ଗୁରୁ ତ

   ଅକାଟ୍ୟ ତାଙ୍କ ବଚନ

ସେ ଗୁରୁ ସେବାତ ଜୀବନେ ମିଳିଲେ

   ଜନ୍ମ ମୃତୁରୁ ନିର୍ବାଣ ll

  


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational