STORYMIRROR

Gangotri Priyadarshini

Inspirational Others Children

4  

Gangotri Priyadarshini

Inspirational Others Children

ଗୁରୁଜନ କଥା ମାନି ଚଳିବା

ଗୁରୁଜନ କଥା ମାନି ଚଳିବା

1 min
241

ଶୁଣ କୁନା କୁନି ବଡ଼ ମାନଙ୍କ କଥା ମାନିବ

ଦୁଷ୍ଟାମି ନକରି ଭଲ ପିଲା ପରି ଘରେ ଚଳିବ ।


ସଜାଡି ରଖିବା ନିଜ ଦରବ ଯେଝା ଜାଗାରେ

ଆବଶ୍ୟକ ବେଳେ ଖୋଜିବାନି ରାଗ ମୁଣ୍ଡରେ ।


ନିଆଁ ହେଉ ପାଣି ହେଉ ଉଚ୍ଚା ନିଚା ସ୍ଥାନ

ସତର୍କତା ମାନି ଚଳି ଦିନେ ହୋଇବ ମହାନ ।


ପିତା ମାତା ସମ୍ମୁଖରେ ଖେଳ କୁଦ କଲେ

ଅସୁବିଧା ଦୁର୍ଘଟଣା ଏଡାଇ ହେବା ପୁଣି ଭଲେ ।


ଗୁରୁ ଗୁରୁଜନ କଥା ମାନି ତାଙ୍କୁ ସାହାଯ୍ୟ କରିବ

ସାହାଯ୍ୟ କଲେ ଭଲ ମଣିଷ ହେଇ ନାଆଁ ରଖିଯିବ ।


ବ୍ୟାୟାମ ଯୋଗ ଯେ ନିତି ସଂଜ ସକାଳେ କରିବ

ବଇଦ ବାପୁଡ଼ା ଘର ଏରୁଣ୍ଡି କେବେ ନା ଦେଖିବ ।


ରାସ୍ତାରେ ନ ଖେଳି ଖୋଲା ଜାଗାରେ ଖେଳିବା

ବଗିଚା କି ପଡ଼ିଆରେ ସୁରକ୍ଷା ନିୟମ ମାନିବା ।


ରାସ୍ତାର ବାମ ପଟରେ ଫୁଟ୍ପାଥ୍ ରେ ଚାଲିଲେ

ଦୁର୍ଘଟଣା ଭୟ ଛାଡ଼ି ଯାଏ ରାସ୍ତା ନିୟମ ମାନିଲେ ।।



Rate this content
Log in

Similar oriya poem from Inspirational