STORYMIRROR

Samar Ballav Bhoi

Tragedy Action Inspirational

4  

Samar Ballav Bhoi

Tragedy Action Inspirational

ଗୁରୁବାର ଓଷା

ଗୁରୁବାର ଓଷା

1 min
217


ଓଡ଼ିଆ ଘରର ମାଣବସା ଗୁରୁବାର ଓଷା

ମଗୁଶିର ମାସେ ପୂଜାପାଆନ୍ତି ଲକ୍ଷ୍ମୀମାତା 

ଅଟନ୍ତି ମା ଲକ୍ଷ୍ମୀ ଧନ ଧାନ୍ୟ ଭଣ୍ଡାର ଘର

ତାଙ୍କ ସନ୍ତୋଷେ ଲଭନ୍ତି ସବୁ ସୁଖର ସଂସାର।।


ଦୟାମୟୀ ମାତା ସିଏ ସାଗର ଦୁଲଣି 

ତାଙ୍କ ପୂଜାର୍ଚ୍ଚନା ବିଧିବଦ୍ଧ ଭାବେ ପାଳିତ ହୁଅଇ

ଜାତି ଧର୍ମ ବର୍ଣ୍ଣ ସବୁ ନ ଦେଖନ୍ତି ଲକ୍ଷ୍ମୀ ଠାକୁରାଣୀ

ନୀତି ନିୟମେ ମାଲକ୍ଷ୍ମୀ ଅଟନ୍ତି ବିଷ୍ଣୁ ପାଠରାଣୀ।।


ମାର୍ଗଶୀର ମାସ ଯେତେ ଗୁରୁବାର     

ମାତାଲକ୍ଷ୍ମୀ ପୂଜା ପାଆନ୍ତି ପ୍ରତି ଘରଘର

ଗୋମୟ ଜଳରେ ଘର ଭିତର ବାହାର

ଓଡ଼ିଆଣୀ ବୋହୁ ଲିପାପୋଛା କରିଥାଏ ସୁନ୍ଦର।।  


ଚାଉଳ କୁଟି ଘରଅଗଣାରେ ଆଙ୍କିଥାଏ ଝୋଟି  

ପଦ୍ମଫୁଲ ଚିତ୍ର ଆଙ୍କି ବଢାଏ ଘରର ଶୋଭାଟି

ଷୋହଳ ପାଖୁଡା ପଦ୍ମଫୁଲେ ପାଦପଦ୍ମ ଚିତାକାଟି 

ଗୁରୁବାର ମାଣବସା ପୂଜା ଦେଇଥାଏ ଭେଟି।।


ଆମ୍ବଡାଳ ଦୁବ ବରକୋଳିପତ୍ର ଗେଣ୍ଡୁ ଫୁଲମାଳ

ଶୁକ୍ଳବର୍ଣ୍ଣ ଧାନମାଣ ଖଟୁଲି ସଜାଏ ସହଳ ସହଳ

ମାତାଲକ୍ଷ୍ମୀ ଖଟୁଲିରେ ଦିଶନ୍ତି ଭାରି ଝଲମଲ

ଧଳାଶାଢୀ ପିନ୍ଧି ଓଡ଼ିଆଣୀ ବୋହୁ ପୂଜେ

ହୋଇ ଭାବ ବିହୋଳ।।  


ମାଲକ୍ଷ୍ମୀଙ୍କ ପୂଜାପାଇଁ ପୁଣ୍ୟ ଅଟେ ଗୁରୁବାର

ପାଞ୍ଚ ଗୁରୁବାର ମାସ ଅଟେ ମାର୍ଗଶୀର

ଭକ୍ତି ଭାବନାରେ ପୂଜିଲେ ମା'ଙ୍କୁ ମିଳେ ଆଶିଷ ତାଙ୍କର

ଧନଧାନ୍ୟରେ ପରିପୂର୍ଣ୍ଣ ହୁଏ ଦୁଃଖୀ ଦରିଦ୍ରଙ୍କ ସଂସାର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy