STORYMIRROR

Trushna Das

Abstract Inspirational

4  

Trushna Das

Abstract Inspirational

ଗୁରୁ

ଗୁରୁ

1 min
293

ଜୀବନରେ ଆଲୋକ ଭରିଥାଏ ଜ୍ଞାନ 

ଗୁରୁ ଯେ ଜ୍ଞାନର ଭଣ୍ଡାର 

ଜୀବନରେ ସୃଷ୍ଟି କରନ୍ତି ନୂତନ ଆଲୋକର ସଞ୍ଚାର 

ଦୂରେଇ ଅଜ୍ଞାନର ଅନ୍ଧକାର। 


ଗୁରୁ ଅଟନ୍ତି ଜ୍ଞାନର ସମାହାର

ନ ଥାଏ ତାଙ୍କ ପାଖେ ଗର୍ବ ଅହଙ୍କାର 

ସେ କରିଥାନ୍ତି ସମସ୍ତଙ୍କୁ ଆପଣାର 

ଦେଖାଇ ଥାନ୍ତି ସତ୍ ମାର୍ଗ ବଞ୍ଚିବାର। 


ଗୁରୁଙ୍କ ଆଶୀର୍ବାଦ 

କରିଥାଏ ଆମକୁ ବଡ

ଆମକୁ ଦେଖାଇଥାଏ ଆଲୋକର ବାଟ

କରିବାକୁ ସମସ୍ତ ପ୍ରକାରର ଦୁଃଖ ଦୂର। 


ଜ୍ଞାନ ରୂପୀ ମଞ୍ଜି ଗୁରୁ ଦିଅନ୍ତି ବୁଣି 

ଅଜ୍ଞାନ ରୂପକ କୀଟକୁ ସେ ମନରୁ କାଢି

ମୂର୍ଖକୁ କରନ୍ତି ପଣ୍ଡିତ 

ସେଥିପାଇଁ ତ ଗୁରୁ ସର୍ବ ଠାରେ ପୂଜିତ। 


ଗୁରୁଙ୍କୁ ମିଳିଛି ସର୍ବ ଶ୍ରେଷ୍ଠ ସ୍ଥାନ 

ପୁରାଣ ଦେଉଛି ତାହାର ପ୍ରମାଣ 

ମହାଭାରତର ଗୁରୁ ଦ୍ରୋଣାଚାଯ୍ୟ

ଗୁରୁ ବାଲ୍ମିକୀ ରାମାୟଣର 

ଲେଖି ଯାଇଛନ୍ତି ଗୁରୁଙ୍କ ନାମେ ସର୍ବୋଚ୍ଚ ସ୍ଥାନ। 


ଇତିହାସରୁ ମିଳିଛି ପ୍ରମାଣ 

ସେହି ଦେଶ ସବୁଠାରୁ ଉନ୍ନତ

ଯେଉଁ ଠାରେ ହୋଇ ଥାଏ ବିକାଶ ଜ୍ଞାନର 

ଗୁରୁ ହେଉଛନ୍ତି ପରା ସେହି ଜ୍ଞାନର ପ୍ରତୀକ।


ସର୍ବପଲ୍ଲୀ ରାଧାକୃଷ୍ଣନ

ସେ ଯେ ଥିଲେ ବିଦ୍ୱାନ 

ରାଷ୍ଟ୍ରପତି ହୋଇ ଥିଲେ ମଧ୍ୟ 

ଚେଷ୍ଟା କରି ଥିଲେ ଦେବାକୁ ଗୁରୁଙ୍କୁ ଶ୍ରେଷ୍ଠ ସ୍ଥାନ 

ଆଦେଶ ଦେଲେ ତାଙ୍କ ଜନ୍ମଦିନକୁ ପାଳନ

ଗୁରୁଦିବସ ରୂପେ କରି ଗୁରୁଙ୍କୁ ସ୍ମରଣ। 


ହେଲେ ଆଜି ସମାଜ ଆଧୁନିକତାର ବଶୀଭୂତ ହୋଇ 

ଗୁରୁଙ୍କ ମହତ୍ତ୍ୱକୁ ଯାଇଛି ଭୂଲି

ବାଟବଣା ହୋଇଛି ଯୁବପିଢି 

ଗୁରୁଙ୍କ ନ କରି ଭକ୍ତି 

ବରଂ ନାନା ଅପମାନ ଗୁରୁଙ୍କ କରି

ନିଜକୁ ଶ୍ରେଷ୍ଠ ମାନି। 


ଗୁରୁ ହେଉଛନ୍ତି ଅପମାନିତ 

ଯୁବପିଢି ହୋଇଛି ମତିଭ୍ରଷ୍ଟ

ସମାଜକୁ କରୁଛି କଳୁଷିତ 

ନିଜ ଜୀବନକୁ କରିଛି ଅଭିଶପ୍ତ।  


ହେ ଆଜିର ଯୁବପିଢି 

ଜାଗୃତ ହୁଅ ନିଜ ଅହଂକାର ଛାଡି 

ମନେ ପକାଅ ନିଜ ଇତିହାସ 

ସେ ପବିତ୍ର ଗୁରୁ ଶିଷ୍ୟଙ୍କ ସମ୍ପର୍କ

ପୁଣି ସୃଷ୍ଟି କର ଏ ସମାଜରେ ସେ ଭକ୍ତିର ସମ୍ପର୍କ 

ପାଇବାକୁ ଗୁରୁଙ୍କର ଆଶୀର୍ବାଦ 

କାରଣ ଗୁରୁ ନ ହେଲେ ମାର୍ଗ ଦର୍ଶକ 

ତୁମ ସମାଜ ହୋଇ ପାରିବ ନାହିଁ ଉନ୍ନତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract