STORYMIRROR

Swagatika Sahoo

Abstract Inspirational

3  

Swagatika Sahoo

Abstract Inspirational

ଗୁରୁ

ଗୁରୁ

1 min
405

ଗୁରୁ ବିନା ଜଗତରେ କିଏ ଅଛି ବଡ଼                     

ଗୁରୁ ହିଁ ପରମ ପିତା ଗୁରୁ ହିଁ ଈଶ୍ୱର,         

ଗୁରୁଙ୍କ କରୁଣା ବିନା ସବୁତ ଅସାର                      

ଗୁରୁ ବିନା ବିଦ୍ୟା ନାହିଁ ଜଗତେ କାହାର।।                                         

ଆଲୋକ ଶିଖାର ଗୁରୁ ହିଁ ଈଙ୍ଗିତ                       

ତୁମ୍ଭ ପାଇଁ ଜନ୍ମ ମୁହିଁ,                  

ଅନ୍ଧାର ପଥରେ ତୁମେ ତ ଲଉଡ଼ି                       

ଅଣ୍ଡାଳି ଚାଲୁଛି ମୁହିଁ।।                                                      

ସବୁ ରାସ୍ତା ବନ୍ଦ ହେଇଗଲେ

ଗୁରୁ ହିଁ ନୂତନ ରାସ୍ତା ଦେଖାନ୍ତି   

ଗୁରୁ ହିଁ ଶ୍ରେଷ୍ଠ ଭଗବାନ-

ସ୍ୱୟଂ ଶ୍ରୀମଦ ଭାଗବତ ଗୀତା ରେ କୁହନ୍ତି,                                 

ଜୀବନରେ କିଛି ପାଇବାକୁ ହେଲେ

ଗୁରୁଙ୍କୁ ଆଦର କର                                      

ନତ ମସ୍ତକ ହୋଇ ଶ୍ରଦ୍ଧାରେ

ତାଙ୍କୁ ପ୍ରଣାମ କର।।   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract