ମାଆ କବିତା
ମାଆ କବିତା


ଦଶଟି ମାସ ଦଶଟି ଦିନ,
କୋଳରେ ମାଆ ରଖିଥିଲୁ।
ରକ୍ତ ଅଧାଦେଇ ଗର୍ଭରେ ମୋତେ,
ବଞ୍ଚାଇ ରଖିଥିଲୁ ।
କେତେଯେ ଯନ୍ତ୍ରଣା କଷ୍ଟ ସହି,
ମାଆ ମୋତେ ଜନ୍ମ ଦେଲୁ।
ଅନ୍ଧାରରୁ ମୋତେ ବାହାର ଦୁନିଆର,
ଆଲୋକ ଦେଖେଇ ଦେଲୁ ।
କହିବା, ଚାଲିବା ତୋଠୁ ଶିଖିଲି,
ଶିଖିଲି ଅ,ଆ।
ଏହି ଶିକ୍ଷା ମୋତେ ଆଜିବି କହୁଛି,
ତୁ, ଆଗକୁ ଆଗକୁ ଯା ।
ତୁମେ ମୋ ବାପା ତୁମେ ମୋ ମାଆ,
ଜୀବନ୍ତ ଦେବତା ମୋର।
ତୁମେ ହିଁ ବ୍ରହ୍ମା ତୁମେ ହିଁ ବିଷ୍ଣୁ,
ତୁମେ ହିଁ ପରମେଶ୍ବର ।
ଏତିକି ଅନୁରୋଧ କରନି ବିରୋଧ,
ମାଆକୁ କହିବନି ଯା ଯା।
ସଭିଏଁ ଏକ ସ୍ୱରରେ କହିବା ,
ସବୁଠୁ ଭଲ ମୋ ମାଆ ।