STORYMIRROR

Swagatika Sahoo

Inspirational

3  

Swagatika Sahoo

Inspirational

ଗୁରୁ

ଗୁରୁ

1 min
394

ଗୁରୁ ବିନା ଜଗତରେ କିଏ ଅଛି ବଡ଼                     

ଗୁରୁ ହିଁ ପରମ ପିତା ଗୁରୁ ହିଁ ଈଶ୍ୱର,          

ଗୁରୁଙ୍କ କରୁଣା ବିନା ସବୁତ ଅସାର                    

 ଗୁରୁ ବିନା ବିଦ୍ୟା ନାହିଁ ଜଗତେ କାହାର ।                                         

 ଆଲୋକ ଶିଖାର ଗୁରୁ ହିଁ ଇଙ୍ଗିତ                       

ତୁମ୍ଭ ପାଇଁ ଜନ୍ମ ମୁହିଁ,                   

ଅନ୍ଧାର ପଥରେ ତୁମେ ତ ଲଉଡି                    

ଅଣ୍ଡାଳି ଚାଲୁଛି ମୁହିଁ ।                                                       

ସବୁ ରାସ୍ତା ବନ୍ଦ ହେଇଗଲେ ଗୁରୁ ହିଁ

ନୂତନ ରାସ୍ତା ଦେଖାନ୍ତି   

ଗୁରୁ ହିଁ ଶ୍ରେଷ୍ଠ ଭଗବାନ

ସ୍ଵୟଂ ଶ୍ରୀମଦ ଭଗବତ ଗୀତାରେ କୁହନ୍ତି ।                         

ଜୀବନ ରେ କିଛି ପାଇବାକୁ ହେଲେ

ଗୁରୁଙ୍କୁ ଆଦର କର       

ନତ ମସ୍ତକ ହୋଇ ଶ୍ରଦ୍ଧାରେ

ତାଙ୍କୁ ପ୍ରଣାମ କର ।


Rate this content
Log in

Similar oriya poem from Inspirational