ଅଭିମାନୀ ବର୍ଷା
ଅଭିମାନୀ ବର୍ଷା
ଅଭିମାନୀ ବର୍ଷା ଆଜି
ଅଭିମାନ କରି,
ଫେରିଛି ଅଦିନେ ମୌସୁମୀ
ଠିକଣା ଧରି ।
ମୌସୁମୀ ଏ ନୁହଁଇତ
ପରିଚୟ ତୋର,
ପାର୍ବଣ ରୃତୁ ଆଜି
ହୁଏ ଛାରଖାର ।
ଦୁଲୁଦୁଲୁ ବର୍ଷିଯାଉ
ସାଜି ନିରିଦୟ,
ଅଦିନେ ତୋ ରୂପ ଦେଖି
ଲାଗେ ଭାରି ଭୟ ।
କାହିଁକି ତୋ ଅଭିମାନ
କାହିଁକି ତୋ ଇର୍ଷା,
ଲୋଡାନାହିଁ ତ ପରିକା
ଅଦିନିଆ ବର୍ଷ ।
ଫେରିଯା ତୁ ଅଭିମାନୀ
ମୌସୁମୀ କୁ ଧରି,
ଅଭିମାନୀ ବର୍ଷା ତୁ
ଅଭିମାନ କରି ।
