STORYMIRROR

Swagatika Sahoo

Inspirational

3  

Swagatika Sahoo

Inspirational

ମୋ ଜଗତନାଥ

ମୋ ଜଗତନାଥ

1 min
332

କୁନି କାଠ କଣ୍ଢେଇ ମୋ ଜଗତନାଥ,        

ଧୂଳି ଘରେ ତୋ ସାଥିରେ ବସିଲି ମିତ।       


ଧୂଳିରେ ତିଅଣ ଭାତ ପରଶି ଦେଲି,         

ତୋ ଘରକୁ ଗଲେ ଦେବୁ ଅବଢା ଡାଲି।       


ଚିରା କନା ପିନ୍ଧାଇଲି ଦେହକୁ ତୋର,        

ତୋ ଘରକୁ ଗଲେ ଦେବୁ ପାଟ ଚଦର।        


ମିତ ବୋଲି ଭାବି ମୋତେ ପାଛୋଟି ନେବୁ,      

କୋଳରେ ବସାଇ ମୋର ଦୁଃଖ ବୁଝିବୁ।  



Rate this content
Log in

Similar oriya poem from Inspirational