ରଙ୍ଗହୀନ ପାର୍ବଣ
ରଙ୍ଗହୀନ ପାର୍ବଣ
ରଙ୍ଗହୀନ ଆଜି ପାର୍ବଣର ଋତୁ
ରଙ୍ଗହୀନ ଚଉଦିଗ,
ରଙ୍ଗହୀନ ଆଜି ମୃଣ୍ମୟୀ ତୋରଣ
ରଙ୍ଗହୀନ ସଜବାଜ।
ହସୁନାହିଁ ଆଜି ପୀଠରେ ତୋରଣ
ଝଲସୁନି ଲିଚୁବତୀ,
ଗୀତ ଗାଉନାହିଁ କାଶତଣ୍ଡି ଫୁଲ।
ବାସୁନି କିଆ କେତକୀ ।
ରଙ୍ଗହୀନ ଆଜି ମନର ଉନ୍ମାଦ
ରଙ୍ଗହୀନ ସବୁ ଆଶା,
ରଙ୍ଗହୀନ ପୁଣି ସପନର ଛବି
ମନରେ ଭରେ ନିରାଶା ।
