STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ଗୁରୁ

ଗୁରୁ

1 min
175


ପିତା ଗୁରୁ ମାତା ଗୁରୁ ବିଦ୍ୟା ଗୁରୁ

ପରେ ତୁମେ ସ୍ୱୟଂ ଶ୍ରେଷ୍ଠ ଗୁରୁ

ଫୁଲରେ ଦେଇଛ ସୁରଭି ନଈରେ ଜଳ ଭରି

ଫୁଲ ବାସୁଛି ଭୁରୁ ଭୁରୁ

ନଈ ସୁଅରେ ଧୁନ ସୁରୁ

ଗଛରେ ଭରିଛ ନିଶ୍ୱାସ ମାଟିରେ ଭରିଛ ବିଶ୍ୱାସ

ପବନ ବହେ ସୁଲୁ ସୁଲୁ ସୁରୁ

ଗଛର ପତ୍ର ସାଇଁ ସାଇଁ ସୁରୁ

କେମିତି କିଏ ନକହିବ ତୁମେ ଶ୍ରେଷ୍ଠ ଗୁରୁ

ଆକାଶେ ଖଞ୍ଜିଛ ତାରା ଧରାରେ ଶୀତ ବର୍ଷା ଖରା

ବର୍ଷାରେ ଛତା ଧରୁ ଧରୁ

ଖରାରେ ଗଛ ଛାଇରେ ଆଖିରେ ସ୍ବପ୍ନ ଭରୁ

ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପୁରୀ ସରକାର ଗୁରୁ

ଗୁରୁ ପୂର୍ଣ୍ଣମୀରେ ଭକ୍ତି ସୁରୁ

ପାଦରେ ଭକ୍ତି ମନ୍ଦ ମନ୍ଦ ଭରୁ

ମଣିଷ କାପୁରୁଷ ଭୀରୁ ଶକ୍ତି ସାମର୍ଥ୍ୟ ଦିଅ ଗୁରୁ

ସକଳ ଘଟେ ନାରାୟଣ ତା ମଧ୍ୟେ ଛନ୍ଦା ଚରଣ

ପୂର୍ଣ୍ଣମୀରେ ଚାନ୍ଦିନୀ ହସେ ଭୁରୁ ଭୁରୁ

ଅମାବାସ୍ୟାରେ ଲୁଚକାଳି ଖେଳ ସୁରୁ

ବଞ୍ଚିଯାଉ ପ୍ରଭୁ ତୁମ କରୁଣାରେ ଜଗନ୍ନାଥ ଗୁରୁ

ତୁମ ସ୍ପର୍ଶ ସବୁଠାରେ ବାରୁ ବାରୁ

ତୁମ ରୂପ ରଙ୍ଗ ଧୀରେ ଧରୁ ଧରୁ

ସଂସାରୁ ତରୁ ମହାବାହୁ ଶେଷ ନିର୍ବାଣ ସୁରୁ କର ଗୁରୁ ।


Rate this content
Log in

Similar oriya poem from Classics