Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Inspirational

0.2  

Gunanidhi Samal

Inspirational

ଗୁରୁ

ଗୁରୁ

1 min
376


ଗୁରୁ ଶିକ୍ଷା ଦାତା , ଗୁରୁ ମୁକ୍ତି ଦାତା

ଗୁରୁ ତୁମେ ପିତା,ମାତା

ଆପେ ଆପେ ମୋର ମଥାନତ ହୁଏ

ଦେଖି ତୁମ ମହାନତା ।

ଅଜ୍ଞାନ ନାଶିଲ ଜ୍ଞାନ ଦାନ କଲ

ଦେଖାଇଲ ଭଲ ବାଟ

ତୁମରି ସ୍ନେହରେ ତୁମ ଶାସନ ରେ'

ହେଲି ମୁହିଁ ଭଲ ଚାଟ ।

ଶୁଣାଇଲ କେତେ ଭଲ ମନ୍ଦ ବାଣୀ

ଦେଲ କେତେ ନୀତିଶିକ୍ଷା

ତୁମ କଥା ମାନି ବିପଦେ ଆପଦେ

ପାଇଅଛି କେତେ ରକ୍ଷା ।

କାହାଣୀ ଛଳରେ କବିତା ଆଳରେ

ଦେଲ କେତେ ଉପଦେଶ

କାଳ କାଳ ପାଇଁ ଦୁନିଆଁ ବୁକୁରେ

ରଖିଗଲ ତୁମ ଯଶ ।

ଆଜି ଏ ଦିନରେ ତୁମରି ପୟରେ

ବାଢୁଛି ମୋର ପ୍ରଣତି

ଦୋଷଥିଲେ ଗୁରୁ କ୍ଷମା କରିଦେବ

ମୁଁ"ଅଟେ କୋମଳ ମତି ।



Rate this content
Log in

Similar oriya poem from Inspirational