STORYMIRROR

Rama chandra Pradhan

Inspirational

3  

Rama chandra Pradhan

Inspirational

ଗୁରୁ

ଗୁରୁ

1 min
13



ଗୁରୁ ହିଁ ଅଟନ୍ତି ସାକ୍ଷାତ ଈଶ୍ୱର 

  ସଭିଙ୍କ ଭାଗ୍ୟ ବିଧାତା 

ଅମା ଅନ୍ଧକାରେ ସେ ଉଜ୍ବଳ ଦୀପ 

  ଜାଳି ଜ୍ଞାନର ସଳିତା l


ଗୁରୁଙ୍କର ଶିକ୍ଷା ଜୀବନର ଦୀକ୍ଷା 

  ସଂସାର ଭିତରେ ସାର 

ତାଙ୍କ ଶ୍ରୀଚରଣ ପୁଣ୍ୟତୀର୍ଥ ଭଳି 

   ମୁକତିର ପାରାବାର l


ଗୁରୁଙ୍କ କରୁଣା ଅମୃତର ଧାରା 

 ପୁଣ୍ୟତୋୟା ନଦୀ ସମ

ଅଜ୍ଞାନେ ଭରନ୍ତି ଜ୍ଞାନ ସଂଜିବନୀ 

  ଦୂର କରି ସବୁ ଭ୍ରମ l


ବିପଦେ ଆପଦେ ସେ ସାହା ହୁଅନ୍ତି 

   ବିଘ୍ନ ବିନାଶକ ପରି 

>

ବେପଥୁଗାମିଙ୍କୁ ବାଟ ସେ ଦେଖାନ୍ତି 

  ଆଲୋକର ବତୀ ଧରି l


ଗୁରୁ ତ ଅଟନ୍ତି ତ୍ୟାଗ ସମର୍ପଣେ 

   ବିଶାଳକାୟ ଅମ୍ବର 

ମଣିଷ ତିଆରି କାରଖାନା ଗଢ଼ି

  ସାଜନ୍ତି ସେ କାରିଗର l


ଗୁରୁଙ୍କ ପୟରେ ମଥାନଥା ହୋଇ

   କଲେ ତାଙ୍କ ପାଦସେବା 

ଜୀବନେ ମିଳିବ ସରଗର ସୁଖ 

   ସାଥେ ପୁଣ୍ୟ ଅରଜିବା l


ଭକ୍ତି ଭାବ ବୋଳି କରୁଛି ପ୍ରଣାମ 

  ଘେନ ଆହେ ଗୁରୁଦେବ 

ଏ ଗୁରୁ ଦିବସେ ଏତିକି ପ୍ରାର୍ଥନା 

    ଢାଳିଦିଅ କୃପା ତବ l



Rate this content
Log in

Similar oriya poem from Inspirational