STORYMIRROR

Binata Mohanta

Abstract Inspirational

3  

Binata Mohanta

Abstract Inspirational

ଗୁରୁ ସର୍ବଦା ନମସ୍ୟ

ଗୁରୁ ସର୍ବଦା ନମସ୍ୟ

1 min
189

ଗୁରୁ ମାର୍ଗ ଦର୍ଶକ

ଜୀବନର ପଥ ପ୍ରଦର୍ଶକ ।। 


ଆକାଶର କଳା ମେଘ ମଧ୍ୟେ

ଉଜ୍ଜ୍ବଳ ତାରକା ପ୍ରାୟେ ।। 


ଘନ ଘୋର ରାତ୍ରିର

ଜ୍ୱଳିତ ଜ୍ୱତିର ଧାର ।। 


ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ

ଜୀବନ ଗଠନର ପ୍ରଶିକ୍ଷକ ।। 


ଶ୍ରେଣୀ କକ୍ଷରେ ହୋଇ ଉପସ୍ଥିତ

ଅନ୍ୱେଷଣ କରନ୍ତି ଗୁଣ ଲୁକ୍କାୟିତ ।। 


ଗୁରୁଙ୍କ ଦୃଷ୍ଟିରେ ସଭିଏଁ ସମାନ

ସଭିଙ୍କୁ ଦିଅନ୍ତି ଉଚିତ୍ ପ୍ରଶିକ୍ଷଣ ।। 


ଗୁରୁ ସର୍ବଦା ନମସ୍ୟ

ଲଭିବା ସଭିଏଁ ତାଙ୍କ ଆଶିଷ ।। 


ଗୁରୁଙ୍କ ଚରଣେ ମୁଁ ନତ

ସଭିଙ୍କୁ କରେ ପ୍ରଣିପାତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract